For Quick Alerts
Turn On Notification  
For Daily Alerts
Oneindia App Download

କାଲିଠୁ ସ୍କୁଲ ଓ କଲେରେ ଆରମ୍ଭ ହେବ ଖରାଦିନ ଛୁଟି, ହେବନି ଅନଲାଇନ କ୍ଲାସ ଓ ପରୀକ୍ଷା

ଆସନ୍ତାକାଲି ଠାରୁ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଆରମ୍ଭ ହେବାକୁ ଯାଉଛି ଖରା ଦିନ ଛୁଟି । ମେ ୫ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା ହୋଇଛି।

|

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଆରମ୍ଭ ହେବାକୁ ଯାଉଛି ଖରା ଦିନ ଛୁଟି । ମେ ୫ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଚିଠି କରାଯାଇଛି।

School news

ସବୁ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସପାଲଙ୍କୁ ଚିଠି ହୋଇଥିବା ନେଇ ସୂଚନା ମିଳିଛି। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଖରା ଛୁଟି ସମ୍ପର୍କରେ ଚିଠି କରିଛନ୍ତି। ତେବେ ଖରା ଛୁଟି ଅବଧିରେ ଅନଲାଇନ କ୍ଲାସ/ପରୀକ୍ଷା କରାଯିବାକୁ ମନା ହୋଇଛି।

ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏହି ଚିଠି ଜାରି କରିଥିବା ବେଳେ ଏଥିରେ ଖରାଛୁଟି ସମୟରେ ଅନ୍‌ଲାଇନ୍‌ କ୍ଲାସ୍ ଅବା ପରୀକ୍ଷା କରାଯିବାକୁ ସ୍ପଷ୍ଟ ଭାବେ ବାରଣ କରାଯାଇଛି। ତେବେ ପିଏଚ୍‌ଡି ଓ ଅନ୍ୟ ରିସର୍ଚ୍ଚ ସ୍କୋଲାରଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସାକ୍ଷାତକାର ଗୁଡ଼ିକୁ କରାଯାଇପାରିବ। ତା'ସହିତ ଖରାଛୁଟିରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଫିସ୍‌ କାର୍ଯ୍ୟ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
କାଲିଠୁ ସ୍କୁଲ ଓ କଲେରେ ଆରମ୍ଭ ହେବ ଖରାଦିନ ଛୁଟି, ହେବନି ଅନଲାଇନ କ୍ଲାସ ଓ ପରୀକ୍ଷା
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X