ଆଜି ପ୍ରକାଶ ପାଇବ ସ୍ପେଶାଲ OJEE ରେଜଲ୍ଟ

ଆଜି ପ୍ରକାଶ ପାଇବ ସ୍ପେଶାଲ OJEE ରେଜଲ୍ଟ। ଆଜି ସନ୍ଧ୍ୟା ୫ଟାରେ ଆପଣ ୱେବସାଇଟ୍‌ରେ ଦେଖିପାରିବେ ରେଜଲ୍ଟ। ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟରୁ ଏହି ଫଳାଫଳ ଜାଣିପାରିବେ। ojee.nic.in/odishajee.comରେ ରେଜଲ୍ଟ ଦେଖିପାରିବେ। ଜୁନ୍ ୨୬ରୁ ୨୯ ପର୍ଯ୍ୟନ୍ତ ହୋଇଥିଲା ସ୍ପେଶାଲ OJEE ପରୀକ୍ଷା।

ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ, ଏମ୍.ଏସ୍‌ସି କମ୍ପ୍ୟୁଟର ସାଇନ୍ସ, ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌, ବି.ଏସ୍‌ସି ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପିଲାମାନେ ରାଙ୍କ ପାଇବେ।

ojee

୨୬ରେ ପ୍ରଥମ ତିନୋଟି ସିଫ୍ଟରେ ବି.ଟେକ୍‌ ପାଠ୍ୟକ୍ରମ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପାଠ୍ୟକ୍ରମ ନିମନ୍ତେ ପରୀକ୍ଷା ହୋଇଥିଲା। ୨୭ରେ ପ୍ରଥମ ସିଫ୍ଟ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି.ଏସ୍‌ସି ଦ୍ବିତୀୟ ସିଫ୍ଟ ଲାଟେରାଲ ଏଣ୍ଟ୍ରି ବି.ଟେକ, ତୃତୀୟ ସିଫ୍ଟରେ ବି.ଫାର୍ମା ଏବଂ ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପରୀକ୍ଷା ହୋଇଥିଲା। ୨୯ରେ କେବଳ ପ୍ରଥମ ସିଫ୍ଟରେ ଏମ୍‌ସିଏ, ଏମ.ଏସସି କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ପାଇଁ ପରୀକ୍ଷା ହୋଇଥିଲା।

୩୦ ଜିଲାରେ ୪୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଞ୍ଚି, ପାଟଣା ଏବଂ କଲକାତାରେ ଗୋଟିଏ ଲେଖାଏଁ କେନ୍ଦ୍ର ହୋଇଥିଲା। ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) ପଦ୍ଧତିରେ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+