ଦଶମ ପରେ ଯୁକ୍ତ ୨ ଛାତ୍ରଛାତ୍ରୀ ଦେଲେ ଧାରଣା; ମନ୍ତ୍ରୀ କହିଲେ - ଜିଦି କରନି, ତୁମେ ବଡ଼ ପିଲା
ପରୀକ୍ଷା ବାତିଲ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ +୨ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନିଆଯାଇନି ।
ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଧାରଣା । ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଦେଲେ ଧାରଣା । ଗତକାଲି ମାଟ୍ରିକ ପରୀକ୍ଷାକୁ ବାତିଲ କରି ଦିଆଯାଇଥିବା ବେଳେ ଏବେ ଯୁକ୍ତ ୨ ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଚଳାଇଛନ୍ତି ଛାତ୍ରଛାତ୍ରୀ।

ତେବେ ପରୀକ୍ଷା ବାତିଲ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ +୨ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନିଆଯାଇନି । ଜୁନ୍ ପ୍ରଥମ ସପ୍ତାହ ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରାଯିବ । ଛାତ୍ରଛାତ୍ରୀମାନେ ବ୍ୟସ୍ତ ନହୋଇ ପାଠପଢା ଉପରେ ଧ୍ୟାନ ଦିଅନ୍ତୁ ।
ମନ୍ତ୍ରୀ କହିଛନ୍ତି, ମାଟ୍ରିକ ପରୀକ୍ଷା ବନ୍ଦ ହେଉ ବୋଲି କାହାର ଇଚ୍ଛା ନ ଥିଲା। ପରୀକ୍ଷା କରାଇବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ହେଲେ ଦୁର୍ଭାଗ୍ୟବଶଃତ ହୋଇପାରି ନ ଥିଲା। କିନ୍ତୁ ଯୁକ୍ତ ୨ ପିଲା ପାଠ ପଢ଼ାରେ ମନୋନିବେଶ କରନ୍ତୁ। ସେତେବେଳେ ବାତାବରଣ ଠିକ୍ ହେଲେ ପରୀକ୍ଷା ହେବା ସ୍ୱାଭାବିକ। ଯୁକ୍ତ ୨ ଛାତ୍ରଛାତ୍ରୀ ଦଶମ ଛାତ୍ରଛାତ୍ରୀଙ୍କଠାରୁ ବୟସରେ ବଡ଼। ତେଣୁ ସେମାନେ ପରୀକ୍ଷା ବାତିଲ ଦାବି ନ କରି ପାଠପଢ଼ାରେ ମନୋନିବେଶ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।












Click it and Unblock the Notifications