ସେପ୍ଟେମ୍ବର ଶେଷ ସୁଦ୍ଧା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ପଦୋନ୍ନତି
ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ବିଭିନ୍ନ ବର୍ଗରେ ଥିବା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି କରାଯିବ
ଭୁବନେଶ୍ବର: ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିଭିନ୍ନ ବର୍ଗରେ ଥିବା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି କରାଯିବ ପାଇଁ ରାଜ୍ୟ ସରକାର କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି । ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କ ବୈଠକରେ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଏନେଇ ସୂଚନା ଦେଇଛନ୍ତି।

ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଛନ୍ତି ଯେ ଏଣିକି ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟାଗୁଡ଼ିକୁ ତଦାରଖ କରିବେ ଏବଂ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବ । "ମୋ ସ୍କୁଲ' କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବ୍ଲକ୍ ଅନ୍ତର୍ଭୁକ୍ତ ହୋଇଯାଇଛି । ଏଥିରେ ୩୨ ହଜାର ୪୪୭ଟି ବିଦ୍ୟାଳୟ ସାମିଲ ହୋଇଛିା ୧୧୨୩ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛିା ବହୁସଂଖ୍ୟାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ "ମୋ ସ୍କୁଲ' ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ଵ
ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ/ଇ-ଲାଇବ୍ରେରୀ/ଲାବୋରେଟୋରୀକୁ ବ୍ୟାପକ ଭାବରେ କାର୍ଯ୍ୟକାରୀ କରାଯିବା ଏଥିପାଇଁ ପ୍ରତି ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଭାବେ ଇ-କଣ୍ଟେଟ୍ ସମୃଦ୍ଧ କରାଯିବା ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ସହ ମଧ୍ୟାହ୍ନ ଭୋଜନ ଏବଂ ରୋଷେଇ, ବଗିଚାର କାର୍ଯ୍ୟ ପ୍ରାୟ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରଦାନ କରାଯିବ ।

ସମସ୍ତ ବିଦ୍ୟାଳୟ କୋଠାରେ ଏକ ପ୍ରକାର ରଙ୍ଗ ବ୍ୟବହାର କରାଯିବା ଇତି ମଧ୍ୟରେ ପ୍ରାୟ ସମସ୍ତ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ମିଳିଛିା ତେଣୁ ସବୁଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଚାଲିଛି । ଆଗାମୀ ବର୍ଷଠାରୁ ଆଦର୍ଶ ବିଦ୍ୟାଳୟରେ ଯେପରି ଶତପ୍ରତିଶତ ପିଲା ପାସ୍ ହେବେ ସେଥିପାଇଁ ଅଧ୍ୟକ୍ଷମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେହେତୁ ଏକାଦଶ ଏବଂ ଦ୍ୱାଦଶ ବିଦ୍ୟାଳୟ ଓ ଗଣଶକ୍ଷିା ବିଭାଗ ଅଧୀନ ରେ ଅଛି ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟର ତଦାରଖ କରିବା ସହ ବିଭାଗର ସମସ୍ତ ନିର୍ଦ୍ଦେଶ ପ୍ରତିପାଳନ କରିବୋ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବ ।
ନବମ ଓ ଦଶମ ଶ୍ରେଣୀରେ ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମ
ଚଳିତ ବର୍ଷଠାରୁ ନବମ ଓ ଦଶମ ଶ୍ରେଣୀର ସାହିତ୍ୟ ବହିରେ ଛାତ୍ରଛାତ୍ରୀମାନଙ୍କର ଜାତୀୟତାବୋଧ ପାଇଁ ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି ।

ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେମାନଙ୍କର ମୋବାଇଲ୍ ନମ୍ବର ସଂଗ୍ରହ କରିବୋ
ବିଭିନ୍ନ ସାମାଜିକ ବାର୍ତ୍ତାଗୁଡ଼ିକୁ ନିର୍ଦ୍ଧାରିତ ହୋଡିଙ୍ଗ ମାଧ୍ୟମରେ ସ୍କୁଲର ମୁଖ୍ୟ ସ୍ଥାନମାନଙ୍କରେ ଲଗାଇବୋ ଆଗାମୀ ସେପେଫମ୍ବର ୧ ତାରିଖରେ ମାଧ୍ୟମିକ ଶିକ୍ଷକ ଚାକିରିରେ ନିଯୁକ୍ତି ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍ଟିଇଟି)କୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା କରାଯିବା ଏହାର ଯଥାର୍ଥ ପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏଣିକି ନିରନ୍ତର ଭାବରେ ଶିକ୍ଷାର୍ଥୀମାନଙ୍କର ମୂଲ୍ୟାଙ୍କନ ପାଇଁ ୟୁନିଟ୍ ଟେଷ୍ଟ କରାଯିବ ।
ଏଣିକି ସ୍କୁଲରେ ନିରନ୍ତର ଭାବରେ ବିଦ୍ୟାର୍ଥୀଙ୍କ ମୂଲ୍ୟାୟନ ପାଇଁ ୟୁନିଟ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ଜିଲ୍ଲା ରିସୋର୍ସ ଗୃପ ଜରିଆରେ ପ୍ରଧାନଶିକ୍ଷକମାନଙ୍କ ପ୍ରଶିକ୍ଷଣକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସ୍ଇଆର୍ଟି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କରୋନା କାଳରେ ପରୀକ୍ଷାମୂଳକ ଭାବେ ସେମାନଙ୍କ ବାସସ୍ଥାନ ନିକଟରେ ପଢ଼ା ଯାଉଛି । ଏହା ନିତି ଆୟୋଗ ଦ୍ୱାରା ପ୍ରଶଂସିତ ହୋଇଛି । ବ୍ଲକ୍ ଶିକ୍ଷା ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବ । ମଧ୍ୟାହ୍ନ ଭୋଜନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ମଧ୍ୟାହ୍ନ ଭୋଜନ ଚାଉଳ ଉଠାଇବୋ ଜିଲ୍ଲା ଶିକ୍ଷା ଅଧିକାରୀମାନେ କାର୍ଯ୍ୟ ଦକ୍ଷତା ଗ୍ରୋଡିଙ୍ଗ ଇନ୍ଡେକ୍ସ (ପିଜିଆଇ) ପରଫର୍ମାନ୍ସର ଉନ୍ନତି ପାଇଁ ପ୍ରଚେଷ୍ଟା କରିବୋ ଏହାଛଡ଼ା ଭିତ୍ତିଭୂମି ଏବଂ କୋଠାବାଡ଼ି ଉନ୍ନୟନରେ ଦିଆଯାଇଥିବା ଟଙ୍କା ସଠିକ୍ ସମୟରେ ସଦୁପଯୋଗ କରିବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications