ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୁଣି ପ୍ରଶ୍ନପତ୍ର ଲିକ୍, ବାତିଲ ହେଲା ପରୀକ୍ଷା
ଗତ ବୁଧବାର ପଦାର୍ଥ ବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ପ୍ରଶ୍ନପତ୍ର ଲିକ୍ ହେବା ପରେ ଆଜି ପୁଣି ଯୁକ୍ତ ୩ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଛି ।
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁଣି ପ୍ରଶ୍ନପତ୍ର ଲିକ୍ । ବାତିଲ ହେଲା ପରୀକ୍ଷା । ଗତ ବୁଧବାର ପଦାର୍ଥ ବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ପ୍ରଶ୍ନପତ୍ର ଲିକ୍ ହେବା ପରେ ଆଜି ପୁଣି ଯୁକ୍ତ ୩ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଛି । ଏନେଇ ପରୀକ୍ଷା ନିୟନ୍ତ୍ରକ ମାନିବା ସହ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି ।

ତେବେ ଆଜି ଦିନ ୧୦ଟାରେ ହେବାକୁ ଥିବା ଫିଜିକ୍ସ ପରୀକ୍ଷା ବାତିଲ ହୋଇଛି । କେବେ ପୁଣି ପରୀକ୍ଷା ହେବ ଜଣାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗତକାଲି ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ । ଗତକାଲି ସକାଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମଧ୍ୟ ମିଶୁଥିଲା । ତେଣୁ ଏଜୁକେସନ ଅନର୍ସ ପରୀକ୍ଷା ବାତିଲ କରାଯାଇଥିଲା।
ସେହିପରି ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପଦାର୍ଥ ବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ପରୀକ୍ଷା ଥିଲା। ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ଆସିଥିଲା। ସମ୍ବଲପୁର ବିଶ୍ବବିଦ୍ୟାୟ କର୍ତ୍ତୃପକ୍ଷ ଏହାକୁ ଗୁଜବ ବୋଲି କହି ଏଡ଼େଇ ଯାଇଥିଲେ । ତେବେ ପ୍ରଶ୍ନପତ୍ର ସେଟ୍ କରିଥିବା କର୍ମଚାରୀ ହିଁ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏଥିରେ ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ FIR କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ହେବା ଦ୍ବାରା ଅନେକ ମେଧାବୀ ଛାତ୍ର ନିରାଶ ହୋଇପଡ଼ିଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications