ଏନଆଇଟିର ବଡ଼ ନିଷ୍ପତ୍ତି : ଛୁଟି ଘୋଷଣା ହେବ ହଷ୍ଟେଲ, ଅନଲାଇନରେ ହେବ ପରୀକ୍ଷା
କୋଭିଡ ପଜେଟିଭ୍ ବାହାରିବା ପରେ ରାଉରକେଲା ଏନଆଇଟି ନେଇଛି ବଡ଼ ନିଷ୍ପତ୍ତି, ଛୁଟି ଘୋଷଣା ହେବ ହଷ୍ଟେଲ, ଅନଲାଇନରେ ହେବ ପରୀକ୍ଷା ।
ରାଉରକେଲା : ରାଉରକେଲା ଏନଆଇଟିରେ ତିନି ଜଣ ଛାତ୍ରଛାତ୍ରୀ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଏକ ବଡ ନିଷ୍ପତ୍ତି ନେଇଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କର କୋଭିଡ଼ ଟେଷ୍ଟ କରାଯିବ । ଟେଷ୍ଟିଂ ସରିବା ପରେ ହଷ୍ଟେଲ ଛୁଟି ଘୋଷଣା ହେବ । ସେହିପରି ଅନଲାଇନରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ ।

ପରୀକ୍ଷା ସମୟ ଓ ତାରିଖ ନେଇ ଆଉଥରେ ବିଜ୍ଞପ୍ତି ପ୍ରକାଶ କରାଯିବ । ପରିବର୍ତ୍ତିତ ପରୀକ୍ଷା ସୂଚୀ ନେଇ ଆଗୁଆ ଅବଗତ କରାଯିବ ବୋଲି ଏନ୍ଆଇଟି କର୍ତୃପକ୍ଷଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଏନଆଇଟି ପ୍ରଶାସନ ସହ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ଏଠାରେ ସୂଚନାଥାଉକି, ଅନୁଷ୍ଠାନରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଫ୍ଲାଇନ୍ ବଦଳରେ ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପୂର୍ବରୁ ଦାବି କରିଥିଲେ ।












Click it and Unblock the Notifications