ନୂଆ ଶିକ୍ଷାବର୍ଷ ଆରମ୍ଭରୁ ହେବ ରିଭିଜନ୍ କ୍ଲାସ୍: ଗଣଶିକ୍ଷା ମନ୍ତ୍ରୀ
ନୂଆ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀଙ୍କ ପାଇଁ ହେବ ରିଭିଜନ୍ କ୍ଲାସ୍ । ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।
ଭୁବନେଶ୍ବର: ନୂଆ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀଙ୍କ ପାଇଁ ହେବ ରିଭିଜନ୍ କ୍ଲାସ୍ । ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ପ୍ରଥମରୁ ଅଷ୍ଟମ କ୍ଲାସର ବିଷୟବସ୍ତୁ ରିଭିଜନ୍ କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ପ୍ରଥମ ଦୁଇରୁ ତିନି ମାସ ରିଭିଜନ୍ କ୍ଲାସ୍ କରାଯିବ । ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ ।
ସୂଚନଯୋଗ୍ୟ ଯେ, କରୋନା ମହାମାରୀ ସମୟରେ ଅନଲାଇନ୍ ମାଧ୍ୟମରେ ପାଠପଢା ଚାଲିଥିଲା । ତେଣୁ ଏହି ରିଭିଜନ୍ କ୍ଲାସ୍ ଦ୍ବାରା ଛାତ୍ରଛାତ୍ରୀମାନେ ପୁରୁଣା ବିଷୟ ବସ୍ତୁକୁ ସହଜରେ ବୁଝିପାରିବେ ବୋଲି ମନ୍ତ୍ରୀ ମତ ଦେଇଛନ୍ତି ।












Click it and Unblock the Notifications