ଅପ୍ରେଲରୁ ରିଭିଜନ କ୍ଲାସ : ଜାଣନ୍ତୁ ପିଲାଙ୍କ ପାଠ ପଢା ନେଇ କଣ କହିଲେ ମନ୍ତ୍ରୀ
ଅପ୍ରେଲରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ରିଭିଜନ କ୍ଲାସ ଆରମ୍ଭ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ
ଭୁବନେଶ୍ୱର । ଅପ୍ରେଲରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ରିଭିଜନ କ୍ଲାସ ଆରମ୍ଭ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି ପ୍ରାୟତଃ କୋର୍ସ ଶେଷ ହୋଇ ଆସିଲାଣି । ରେଗୁଲାର୍ କ୍ଲାସ୍ ଆଉ ଜରୁରୀ ନୁହେଁ ।

ମାର୍ଚ୍ଚ ଶେଷ ସୁଦ୍ଧା ସବୁ କୋର୍ସ କଭର ହୋଇଯିବ । ସେହିପରି ରିଭିଜନ କ୍ଲାସ ବେଳେ ଆଉ ରବିବାର ସ୍କୁଲ ଖୋଲିବା ଜରୁରୀ ନୁହେଁ । ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଲାଣି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଦାସ ।












Click it and Unblock the Notifications