ମୋ ସ୍କୁଲ ପ୍ରକଳ୍ପ: ୨୧ କୋଟି ୯୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମିଳିଲା ଅନୁମୋଦନ

ମୋ ସ୍କୁଲ୍ ଅଭିଯାନ'ର ୨୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୯ଟି ଜିଲ୍ଲାର ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ଗତ ୧ ମାସ ମଧ୍ୟରେ ୩୦,୭୬୮ ପୁରାତନ ଛାତ୍ରଛାତ୍ରୀ 'ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୭ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୩ କୋଟି ୨ ହଜାର, ଖୋର୍ଦ୍ଧା଼ରେ ୩୮ ଲକ୍ଷ ୪୪ ହଜାର, କଟକରେ ୩୫ ଲକ୍ଷ ୬୭ ହଜାର, ସମ୍ବଲପୁରରେ ୩୪ଲକ୍ଷ ୮୪ ହଜାର, ଭଦ୍ରକରେ ୩୧ ଲକ୍ଷ ୪୩ ହଜାର ଏବଂ ବୌଦ୍ଧରେ ୨୯ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ପୁଣିଥରେ ରେକର୍ଡ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀମାନେ 'ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ି ହୋଇଥିବା ବେଳେ ରାଜ୍ୟସ୍ତରରେ ସର୍ବାଧିକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କ୍ରମାଗତ ଭାବରେ ୮ ଥର ପାଇଁ ସର୍ବାଧିକ ପାଣ୍ଠି ପ୍ରଦାନ କରିଥିବାରୁ କାର୍ଯ୍ୟନିର୍ବାହୀ ପରିଷଦ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କୁ ପ୍ରଶଂସା କରିଛି ।

ପୁରାତନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬ଲକ୍ଷରେ ପହଞ୍ଚିଲା

'ମୋ ସ୍କୁଲ୍ ଅଭିଯାନ'ରେ ସାମିଲ ହୋଇଥିବା ପୁରାତନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬ଲକ୍ଷ ନିକଟତ୍ତର ହୋଇଛି ଏବଂ ରାଜ୍ୟରେ ସମସ୍ତ ଜିଲ୍ଲାରୁ ୩୫ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । 'ମୋ ସ୍କୁଲ୍ ଅଭିଯାନ' ଅନ୍ତର୍ଗତ ସ୍କୁଲ୍ ଆଡପ୍‌ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରିବାକୁ ସ୍ଥିରହୋଇଛି । ସେହିଭଳି ଗୋଷ୍ଠୀ ସହଭାଗିତାରେ 'ପ୍ରଥମ' ଏବଂ 'ଭାରତ ଜ୍ଞାନ ବିଜ୍ଞାନ ସମିତି' ସହଯୋଗରେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ରାଜ୍ୟର ୫ ହଜାର ଗ୍ରାମ ଓ ସହରାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ଲର୍ଣ୍ଣିଂ କ୍ୟାମ୍ପ୍ କରାଯିବାକୁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମ କରାଯିବାକୁ ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ କୋଭିଡ୍ ପରିସ୍ଥିତି ଲାଗି ଅଟକି ରହିଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଇତିମଧ୍ୟରେ 'ମୋ ସ୍କୁଲ୍‌' ପ୍ରକଳ୍ପ ଅନ୍ତର୍ଗତ ତିଆରି ହୋଇଥିବା ବିଭିନ୍ନ ଆସବାବପତ୍ର, ଉଦ୍ୟାନ ଏବଂ ସ୍କୁଲ୍ ଭିତ୍ତିଭୂମିର ରକ୍ଷଣାବେକ୍ଷଣା ଦାୟିତ୍ୱ ସ୍ଥାନୀୟ ମିଶନ ଶକ୍ତି- ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ହାତରେ ଦେବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ସ୍ଥିର ହୋଇଛି । ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ ଲାଗି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦକ୍ଷ କରିବାକୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ । ଆଗାମୀଦିନରେ ସମଗ୍ର ରାଜ୍ୟରେ ଶିକ୍ଷକମାନେ ଇ-କଣ୍ଟେଣ୍ଟ୍ ବ୍ୟବହାର କରି ଅତ୍ୟାଧୁନିକ ଇଣ୍ଟରାକ୍ଟିଭ୍ ବୋର୍ଡରେ ଶିକ୍ଷାଦାନ କରିବେ। ଏହାବ୍ୟତୀତ ଶିକ୍ଷକମାନଙ୍କୁ ଏକବିଂଶ ଶତାବ୍ଦୀ ଟେକ୍ନୋଲୋଜୀ ଓ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ ପାଇଁ 'କ୍ୱେଷ୍ଟ୍ ଆଲିଆନ୍ସ' ସହ ଏମ୍‌ଓୟୁ କରିବାକୁ ଯୋଜନା ଥିବାବେଳେ ଏହା ମାଧ୍ୟମରେ ଆସନ୍ତା ୩ ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲ୍‌ର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯିବ । ଟାଟା ଟ୍ରଷ୍ଟ, ପୁରାତନ ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସହଭାଗିତାରେ କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ଲକ୍ଷ୍ୟ ରହିଛି ।

ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା ପାଇଁ ଗଠିତ ହେବ ସ୍ୱତନ୍ତ୍ର ଟିମ୍

'ମୋ ସ୍କୁଲ୍ ଅଭିଯାନ'ରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ 'ମୋ ସ୍କୁଲ୍‌' କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟିମ୍ ରାଜ୍ୟ, ଜିଲ୍ଲା ଏବଂ ସ୍କୁଲ୍‌ସ୍ତରରେ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିବାକୁ କୁହାଯାଇଛି । ଏହାସହ ସ୍କୁଲ୍‌ଗୁଡ଼ିକୁ ଯଥାଶୀଘ୍ର ଶେଷ ହୋଇଥିବା ପ୍ରକଳ୍ପର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି ଏବଂ ଜିଲ୍ଲାସ୍ତରରେ ଏକ ଟିମ୍ ଗଠନ କରି ଏହାର ତଦାରଖ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍‌ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+