ୟୁ ଟ୍ୟୁବରେ ପାଠ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
ଏଣିକି ୟ୍ୟୁଟ୍ୟୁବ ଜରିଆରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଏବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ୟୁଟ୍ୟୁବ ଜରିଆରେ ଶିକ୍ଷାଦାନ କରାଯିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।
ଭୁବନେଶ୍ୱର: ଏଣିକି ୟ୍ୟୁଟ୍ୟୁବ ଜରିଆରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବ ଜରିଆରେ ଶିକ୍ଷାଦାନ ସଫଳ ରହିଥିଲା । ଏବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ୟୁଟ୍ୟୁବ ଜରିଆରେ ଶିକ୍ଷାଦାନ କରାଯିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁ ନାହାଁନ୍ତି ସେମାନେ ଘରେ ରହି ୟୁ ଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଅଭିଭାବକଙ୍କ ଅନୁମତି ଆଣି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ। ଯେଉଁ ଅଭିଭାବକ ଅନୁମତି ଦେଉ ନାହାଁନ୍ତି, ସେମାନଙ୍କ ପିଲାମାନେ ୟୁ ଟୁବରେ ପାଠ ପଢୁଛନ୍ତି ।












Click it and Unblock the Notifications