Get Updates
Get notified of breaking news, exclusive insights, and must-see stories!

ଯୁକ୍ତ ଦୁଇ ପରୀକ୍ଷା ଫଳ: ୧୧୮୪ ପରୀକ୍ଷାର୍ଥୀଙ୍କ ମାର୍କ ସ୍ଥଗିତ

ପ୍ରକାଶ ପାଇ ସାରିଛି ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ ମାର୍କ ହୋଇଥିବା ନେଇ ସୂଚନା ରହିଛି ।

ଭୁବନେଶ୍ୱର: ପ୍ରକାଶ ପାଇ ସାରିଛି ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ ମାର୍କ ହୋଇଥିବା ନେଇ ସୂଚନା ରହିଛି ।

ତେବେ ବିଭିନ୍ନ କାରଣ ପାଇଁ ଏଥର ୧୧ଶହ ୮୪ ଜଣଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି । ବିଜ୍ଞାନ ବିଭାଗ ରେଗୁଲାରରେ ୯୦, ଏକ୍ସରେଗୁଲାରରେ ୭୧୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି । ସେହିପରି ବାଣିଜ୍ୟ ବିଭାଗ ରେଗୁଲାରରେ ୮୯ ଓ ଏକ୍ସ ରେଗୁଲାରରେ ୨୯୫ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇ ନାହିଁ ।

Plus Two Result

ଏହି ୧୧ଶହ ୮୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୩୯ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ କୌଣସି ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ନାହିଁ । ଅର୍ଥାତ ସେମାନେ ପୂର୍ବରୁ ପରିଷଦର କୌଣସି ବି ବାର୍ଷିକ ପରୀକ୍ଷା ଦେଇନାହାନ୍ତି । ଯେଉଁଥି ପାଇଁ ସେମାନଙ୍କ ଫଳ ସ୍ଥଗିତ ରହିଛି । ଆଗକୁ ହେବାକୁ ଥିବା ଅଫଲାଇନ ପରୀକ୍ଷାରେ ଏହି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ତେବେ ଚଳିତବର୍ଷ ବିଜ୍ଞାନରେ ମୋଟ ୮୯ ହଜାର ୯୫୧ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଏଥି ମଧ୍ୟରୁ ୫୦୧୯୮ ଜଣ ଛାତ୍ର ରହିଥିବାବେଳେ ୩୯୭୫୩ ଜଣ ଛାତ୍ରୀ ରହିଛନ୍ତି । ସେହିପରି ସମୁଦାୟ ୫୫୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ୱିତାୟ ଶ୍ରେଣୀରେ ୧୬, ୯୪୩ ରହିଥିବାବେଳେ ତୃତୀୟ ଶ୍ରେଣୀରେ ୧୪ ୬୩୧ ରହିଛନ୍ତି । ବିଜ୍ଞାନରେ ରେଗୁଲାର ପାସ ହାର ରହିଛି ୯୯.୮୮, ଏକ୍ସ ରେଗୁଲାର ପାସହାର ୭୧.୨୭ ରହିଛି ।

ଅନ୍ୟପଟେ ବାଣିଜ୍ୟରେ ସମୁଦାୟ ୨୩ ହଜାର ୨୯୨ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବାଣିଜ୍ୟରେ ପ୍ରଥମ ଶ୍ରେଣିରେ ପାସ କରିଛନ୍ତି ୮ ହଜାର ୩୫୫ ଜଣ, ଦ୍ୱିତାୟ ଶ୍ରେଣିରେ ପାସ କରିଛନ୍ତି ୫ ହଜାର ୬୯୨ ଜଣ ଏବଂ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ୯ ହଜାର ୬୬ ଜଣ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+