Plus Two Admission: ଆଜିଠୁ ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା; ମୋଟ ୪,୨୬,୪୭୨ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ
୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆଜିଠାରୁ ଆରମ୍ଭ ହେବ । କଳା, ବାଣିଜ୍ୟ , ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୪,୨୬,୪୭୨ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଛନ୍ତି । ଛାତ୍ରୀଛାତ୍ରମାନେ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ । ପ୍ରତି ଘଣ୍ଟାରେ କଲେଜରେ ୧୫ଜଣଙ୍କର ନାମଲେଖା କରାଯିବ।
ସେହିପରି ଅଗଷ୍ଟ ୫ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ର ୭ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇବେ। ଅଗଷ୍ଟ ୨୦ରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ।

ଅଗଷ୍ଟ ୨୨ ରୁ ୨୮ ମଧ୍ୟରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ତେବେ ଅଗଷ୍ଟ ପହିଲାରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ରାଜ୍ୟରେ ୨,୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ମୋଟ ୫,୪୮,୩୪୫ଟି ସିଟ୍ ରହିଛି।












Click it and Unblock the Notifications