ଆଜି ସରିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ୧୯ ରେ ମେଧା ତାଲିକା
ଭୁବନେଶ୍ୱର: ଗୁରୁବାର ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବ । ୨୧୫୮ କଲେଜର ୫ଲକ୍ଷ ୬ହଜାର ୯୧୩ ସିଟ୍ ପାଇଁ ନାମଲେଖା ଚାଲିଛି ।
ପ୍ରଥମ ପର୍ଯ୍ୟାୟ ନାମଲେଖାରେ ବିଳମ୍ବତ ରାତି ପର୍ଯ୍ୟନ୍ତ ୩ ଲକ୍ଷ ୧୯ ହଜାର ୨୨୯ ଜଣ ନାମ ଲେଖାଇଛନ୍ତି। ଆହୁରୀ ୧ ଲକ୍ଷ ୮୭ହଜାର ୬୮୪ ପାଇଁ ନାମଲେଖା ହେବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ସରିବ । ବଳକା ସିଟ୍ ପାଇଁ ଦ୍ୱିତାୟୀ ପର୍ଯ୍ୟାୟ ନାମଲେଖା କରାଯିବ। ଏନେଇ ୧୯ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ ।

ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୧୯ ହଜାର ୨୨୯ ଜଣ ନାମ ଲେଖାଇଛନ୍ତି । ଏଥିରୁ କଳାରେ ମୋଟ୍ ସିଟ୍ ୨ଲକ୍ଷ ୮୯ହଜାର ୩୩୮ ରହିଥିବା ବେଳେ ୨ଲକ୍ଷ ୨ହଜାର ୪୩୭ ସିଟ୍ରେ ନାମଲେଖା ସରିଛି । ଆହୁରି ୮୬ ହଜାର ୯୦୧ ସିଟ୍ ବଳକା ରହିଛି । ସେହିପରି ବିଜ୍ଞାନରେ ମୋଟ୍ ୧ଲକ୍ଷ ୫୫ହଜାର ୨୫୯ ସିଟ୍ ରହିଥିବା ବେଳେ ୮୮ହଜାର ୧୯୨ ସିଟ୍ରେ ନାମଲେଖା ସରିଛି । ଆହୁରି ୬୭ହଜାର ୦୬୭ ସିଟ୍ ବଳକା ରହିଛି । ବାଣିଜ୍ୟରେ ରାଜ୍ୟରେ ମୋଟ୍ ୩୯ହଜାର ୨୧୬ ସିଟ୍ ରହିଛି । ଏଥିରୁ ୧୯ ହଜାର ୫୧୫ ସିଟ୍ରେ ନାମଲେଖା ଶେଷ ହୋଇଥିବା ବେଳେ ଆହୁରି ୧୯ହଜାର ୭୦୧ ସିଟ୍ ରହିଛି ।
ସେହିପରି ସଂସ୍କୃତରେ ମୋଟ୍ ୧୨ହଜାର ୬୦୮ ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଅଧା ସିଟ୍ ପୂରଣ ହୋଇପାରିନି । ମୋଟ୍ ୫୩୪୨ ସିଟ୍ ପାଇଁ ନାମଲେଖା ସରିଥିବା ବେଳେ ଆହୁରି ୭୨୬୬ସିଟ୍ ନାମଲେଖା ପାଇଁ ରହିଛି । ଧନ୍ଦାମୂଳକ ଶିକ୍ଷାରେ ୧୦ହଜାର ୪୯୨ ସିଟ୍ ରହିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୩ହଜାର ୭୪୩ ସିଟ୍ରେ ନାମଲେଖା ସରିଛି । ଆହୁରି ୬୭୪୯ ସିଟ୍ ବଳକା ପଡ଼ିଛି ।












Click it and Unblock the Notifications