ବିଶ୍ୱମ୍ଭର ବିଦ୍ୟାପିଠର ସ୍ୱର୍ଣ୍ଣିମ ଜୟନ୍ତୀ ପାଳିତ
ଗତ 17 ତାରିଖରୁ ପାଳିତ ହୋଉଥିବା ବିଶ୍ୱମ୍ଭର ବିଦ୍ୟାପିଠର ସ୍ୱର୍ଣ୍ଣିମ ଜୟନ୍ତୀର ଆଜି ଥିଲା ଅନ୍ତିମ ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶ ଲାଲ ।
ପୁରୀ: ଗତ 17 ତାରିଖରୁ ପାଳିତ ହୋଉଥିବା ବିଶ୍ୱମ୍ଭର ବିଦ୍ୟାପିଠର ସ୍ୱର୍ଣ୍ଣିମ ଜୟନ୍ତୀର ଆଜି ଥିଲା ଅନ୍ତିମ ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶ ଲାଲ । ସେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଏବଂ ଆଲୁମିନି ମାନଙ୍କୁ ସମ୍ମାନିତ କରିଥିଲେ।

ତେବେ ବିଦ୍ୟାଳୟର ଆଲୁମିନ ଥିବା ଓଡିଶା ଜନସେବା ଆୟୋଗର ଚେୟାରମ୍ୟାନ୍ ଡ. ସତ୍ୟଜିତ୍ ମହାନ୍ତି କହିଥିଲେ, ଏହି ବିଦ୍ୟାଳୟର ଶିକ୍ଷକମାନେ ତାଙ୍କୁ ଜଣେ ସରକାରୀ କର୍ମଚାରୀ ହେବାର ସ୍ୱପ୍ନକୁ ସାକାର କରିବାରେ କିପରି ସାହାଯ୍ୟ କରିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ନିଜର ସ୍ୱପ୍ନକୁ ହୃଦୟର ନିକଟତର ରଖିବାକୁ ପରାମର୍ଶ ଦେଇଥିଲେ । ଯାହା ଦ୍ୱାରା ସେମାନଙ୍କର କାର୍ଯ୍ୟ ସେମାନଙ୍କୁ ସ୍ୱପ୍ନର ସାକାର କରିବାକୁ ମାର୍ଗଦର୍ଶନ କରିବ ।
ଅନ୍ୟମାନଙ୍କ ମଧ୍ୟରେ ଆଲୁମିନି ଆସୋସିଏସନର ସଭାପତି ବାନାମ୍ବର ପାତ୍ର, ଆଡଭୋକେଟ୍ ବିଭୂ ପ୍ରସାଦ ତ୍ରିପାଠୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ପ୍ରଫେସର ହରିହର ହୋତା, କୁଳପତି ପ୍ରଫେସର ।












Click it and Unblock the Notifications