UGCର ନୂଆ ନିୟମ: ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ Ph.D ବାଧ୍ୟତାମୂଳକ ନୁହେଁ
ସ୍ନାତକୋତ୍ତର (ପିଜି) ପରେ ନେଟ୍ (ଜାତୀୟ ଯୋଗ୍ୟତା ପରୀକ୍ଷା)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର (ସହକାରୀ ପ୍ରାଧ୍ୟାପକ) ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ବୋଲି UGC (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର: ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚଡି (Ph.D) ବାଧ୍ୟତାମୂଳକ ନୁହେଁ । ସ୍ନାତକୋତ୍ତର (ପିଜି) ପରେ ନେଟ୍ (ଜାତୀୟ ଯୋଗ୍ୟତା ପରୀକ୍ଷା)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର (ସହକାରୀ ପ୍ରାଧ୍ୟାପକ) ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ବୋଲି UGC (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପକ୍ଷରୁ ସୂଚନା ଦିଆଯାଇଛି ।
ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ. ଜଗଦିଶ କୁମାର କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ଓ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ପିଏଚ.ଡି ବାଧ୍ୟତାମୂଳକ ନୁହେଁ । ୟୁଜିସି ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ଏ କ୍ଷେତ୍ରରେ ଯଥେଷ୍ଟ ସାବ୍ୟସ୍ତ ହେବ । ୱାନ ନେସନ- ୱାନ ଡାଟା ପୋର୍ଟାଲ ବିକଶିତ କରାଯାଇଛି । ସେଥିପାଇଁ ମଧ୍ୟ ୟୁଜିସି ଗାଇଡଲାଇନ୍ସ ଓ ଅନ୍ୟ ବିବରଣୀ ରହିବ । ଫଳରେ ସର୍ବଭାରତୀୟ ସ୍ତରର ସମସ୍ତ ଛାତ୍ରଛାତ୍ରୀ ଏହି ପୋର୍ଟାଲରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚଶିକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ବୋଲି ପ୍ରଫେସର କୁମାର ସୂଚନା ଦେଇଛନ୍ତି ।
ଏହି ସହ ସେ ଆହୁରି କହିଛନ୍ତି ଯେ, ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଡିଜିଟାଲ ୟୁନିଭରସିଟି ଜରିଆରେ ଛାତ୍ରଛାତ୍ରୀମାନେ ସିଧାସଳଖ ଗୁଣବତ୍ତା ବିଶିଷ୍ଟ ଶିକ୍ଷା ପାଇ ପାରିବେ । ସେହିପରି ତେଲେଙ୍ଗାନା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ଆର. ଲିମ୍ବାଦ୍ରି କହିଥିଲେ, ନୂଆ ବିଲଡିଂ ଶିକ୍ଷା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହା ଦେଶର ଶିକ୍ଷାଦାନ କ୍ଷେତ୍ରରେ ଭ୍ରାତୃଭାବ ସୃଷ୍ଟି କରିବା ଦିଗରେ ସହାୟକ ହେବ । ବିଶ୍ୱବିଦ୍ୟାଳୟର ୫୦ ପ୍ରତିଶତ ପ୍ରଶାସନିକ ପଦବୀ ମହିଳା ଫ୍ୟାକଲଟିଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ସେ କହିଥିଲେ ।












Click it and Unblock the Notifications