PG Admission 2025: ଏହି ଦିନଠୁ ଆରମ୍ଭ ପିଜି ନାମଲେଖା ଆବେଦନ ପ୍ରକ୍ରିୟା, ଜାଣନ୍ତୁ
PG Admission 2025: ଆସନ୍ତା ଶିକ୍ଷା ବର୍ଷ( ୨୦୨୫-୨୬) ପାଇଁ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ୧୦ ତାରିଖରୁ ଆରମ୍ଭ ହେବ। ସ୍ନୋତକୋତ୍ତରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ( ସିପେଟ୍ ) ପରୀକ୍ଷା କରାଯିବ। ଏଥିପାଇଁ ସୋମବାର ଠାରୁ ନାମଲେଖା ଆବେଦନ ଆରମ୍ଭ ହେବ।
ପିଜି ନାମଲେଖା ପାଇଁ ଏହି ସିରେଟ୍ ପରୀକ୍ଷା ନିହାତି ଆବଶ୍ୟକ ବୋଲି କୁହାଯାଇଛି। ମେ ପ୍ରଥମ ସପ୍ତାହରେ ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୧୦ ସୁଧା ପାଠପଢା ଆରମ୍ଭ ହେବ। ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜଣାଇ ଦିଆଯାଇଛି।

ସିପେଟ୍ ପରୀକ୍ଷା ମାର୍କ ଅନିବାର୍ଯ୍ୟ ମାନଦଣ୍ତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଚୟନ ପ୍ରକ୍ରିୟା ସମ୍ପୁର୍ଣ୍ଣ ଭାବେ ମେଧା( ମେରିଟ୍ ବେସଡ୍) ଆଧାରିତ ହେବ। ବିଭାଗ ପକ୍ଷରୁ କୁହାଯାଇଛି ଯେ,ବିଶ୍ବ-ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପରୀକ୍ଷା ପାଇଁ ଏହି ପରୀକ୍ଷା ହେବ। ଏହି ପରୀକ୍ଷା ପାଇଁ କମନ୍ ଆପଲିକେସନ୍ ଫର୍ମ ଦ୍ବାରା ସାମସ୍ ଓ୍ବେବସାଇଟ୍ ରେ ଆବେଦନ କରାଯିବ। ଏନେଇ ସବିଶେଷ ତଥ୍ୟ ଆଗାମୀ ଦିନରେ ଦିଆଯିବ। ଠିକ୍ ସମୟରେ ପରୀକ୍ଷା ଓ ପରୀକ୍ଷା ଫଳ ଘୋଷଣା କରାଯିବ । ଏହାଦ୍ବାରା ଛାତ୍ରଛାତ୍ରୀ ଉପକୃତ ହେବେ।












Click it and Unblock the Notifications