ବାତିଲ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା: ଜାଣନ୍ତୁ, ସାନି ପରୀକ୍ଷା କେବେ ?
ଭୁବନେଶ୍ୱର: ବାତିଲ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା । ପରୀକ୍ଷା ରଦ୍ଦ କଲା OSSC । ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି OSSC ଚେୟାରମ୍ୟାନ ଅଭୟ । ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ପରୀକ୍ଷା ରଦ୍ଦ କରାଯାଇଛି ।

ଅନ୍ୟପଟେ ସେପ୍ଟେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି ହୋଇଛି । ବାଲେଶ୍ୱର SP ସାଗରିକା ନାଥଙ୍କ କହିବା ଅନୁସାରେ, ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି । OSSC ପକ୍ଷରୁ ସେଦିନ ଜେଇଇ ସିଭିଲ ମେନ୍ ପରୀକ୍ଷା ଥିଲା । ପରୀକ୍ଷା ପୂର୍ବରୁ ଯେଉଁ ପ୍ରଶ୍ନପତ୍ର ମିଳିଥିଲା ତାହା ମେଳ ଖାଉଛି । ତେଣୁ ଆମେ ଏନେଇ OSSCକୁ ଲିଖିତ ଭାବେ ଅବଗତ କରାଯାଇଥିଲା ।
ଆଉ ଏହି ସମଗ୍ର ଘଟଣାରେ ୯ ଜଣ ଗିରଫ ହୋଇଛନ୍ତି । ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି, ସେ ରାଜ୍ୟ ବାହାରେ ରହିଛି । ତାକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି । ପିଲାଙ୍କ ଠାରୁ ପ୍ରଶ୍ନପତ୍ର ପାଇଁ ୮ରୁ ୧୦ ଲକ୍ଷ ନେବାକୁ ଚୁକ୍ତି ହୋଇଥିଲା । ଧରା ପଡ଼ିଥିବା ରାକେଟ ଅନ୍ୟ ରାଜ୍ୟରେ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ ।












Click it and Unblock the Notifications