ସେପ୍ଟେମ୍ବର ୩୦ ଯାଏଁ ହେବ ଓପିଏସ୍ସି ସାକ୍ଷାତକାର ପରୀକ୍ଷା
ଓଡିଶା ପବ୍ଲିକ ସର୍ଭିସ କମିସନ(ଓପିଏସ୍ସି) ପକ୍ଷରୁ ଆୟୋଜିତ ହେଉଥିବା ସାକ୍ଷାତକାର ପରୀକ୍ଷା ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ଯାଏ ଜାରି ରହିବ ।
ଭୁବନେଶ୍ୱର: ଓଡିଶା ପବ୍ଲିକ ସର୍ଭିସ କମିସନ(ଓପିଏସ୍ସି) ପକ୍ଷରୁ ଆୟୋଜିତ ହେଉଥିବା ସାକ୍ଷାତକାର ପରୀକ୍ଷା ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ଯାଏ ଜାରି ରହିବ । ଏହି ସମୟରେ ଯେଉଁମାନେ ୟୁପିଏସ୍ସି ମେନ୍ ପରୀକ୍ଷା ଦେଉଛନ୍ତି, ସେମାନଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ବଦଳାଇ ପାରିବେ ବୋଲି କହିଛନ୍ତି ଓପିଏସ୍ସି ଚେୟାରମ୍ୟାନ ସତ୍ୟଜିତ ମହାନ୍ତି । ଏଥିପାଇଁ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଏଥିରେ ଆହୁରି କୁହାଯାଇଛି, ସାକ୍ଷାତକାର ତାରିଖ ସ୍ଥିର ହେବା ପରେ ଯଦି ପ୍ରାର୍ଥୀଙ୍କର ୟୁପିଏସ୍ସି ମେନ୍ ପରୀକ୍ଷା ଦେବାରେ ସମସ୍ୟା ହୁଏ ତେବେ ତାରିଖ ବଦଳାଇବା ପାଇଁ ପ୍ରାର୍ଥୀ ଆବେଦନ କରିପାରବେ। ଏହାପରେ ଆବେଦନ ଅନୁସାରେ ତାରିଖ ବଦଳାଯିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି।
OPSC interview is likely to continue till 30th Sept. Candidates who appear in the UPSC Mains should make a formal request with copy of Admit Card to reschedule their interview date. It will be rescheduled, once date-wise list comes out. Best wishes
— SATYAJIT MOHANTY (@satyajitips88) September 10, 2022












Click it and Unblock the Notifications