ସମ୍ବଲପୁର ଝିଅ ଇର୍ସିତା ଓଜେଏସ୍ ଟପ୍ପର, କହିଲେ ଦିନକୁ 15 ଘଣ୍ଟା କରୁଥିଲି ପରିଶ୍ରମ
ଓପିଏସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ ( ଓଜେଏସ୍ ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗଡପୋଷର ଝିଅ ଇର୍ସିତା କେଶରୱାନି ରାଜ୍ୟରେ ଟପ୍ପର ହୋଇଛନ୍ତି
ଭୁବନେଶ୍ୱର । ଓପିଏସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ ( ଓଜେଏସ୍ ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗଡପୋଷର ଝିଅ ଇର୍ସିତା କେଶରୱାନି ରାଜ୍ୟରେ ଟପ୍ପର ହୋଇଛନ୍ତି । ଏଥିସହିତ ପଶ୍ଚିମ ଓଡ଼ିଶାର ଜଣେ ଗ୍ରାମାଞ୍ଚଳର ଝିଅ ଟପ୍ପର ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଛନ୍ତି । ଦିନକୁ 12ରୁ 15 ଘଣ୍ଟା ଏଥିପାଇଁ ପରିଶ୍ରମ କରୁଥିଲି ବୋଲି ଏହି ଅବସରରେ କହିଛନ୍ତି ଇର୍ସିତା । ସେହିପରି ସଫଳତାର ଶ୍ରେୟ ବାପା-ମା ଓ ଭାଇକୁ ଦେଇଛନ୍ତି ଇର୍ସିତା ।

ଲକଡାଉନ ହେବା ସତ୍ତ୍ୱେ ସେ ଆଶା ହରାଇ ନଥିଲେ । ନିରନ୍ତର ଭାବରେ ଏହି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ବୋଲି ସେ କହିଛନ୍ତି । ଚଳିତବର୍ଷ ମଧ୍ୟ ଓଜେଏସରେ ମହିଳାମାନେ ବାଜିମାତ କରିଛନ୍ତି । ପରୀକ୍ଷା ଫଳ ପ୍ରକାଶ ପରେ ଇର୍ସିତାଙ୍କ ଘରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି । ଝିଅକୁ ବାପା ମା ମିଠା ଖୁଆଇ ଖୁସି ମନାଇଛନ୍ତି । ଏଠାରେ ସୂଚନାଥାଉକି, ଇର୍ସିତାଙ୍କ ବାପା ସଞ୍ଜୟ କେଶରୱାନୀ ଜଣେ ଔଷଧ ବ୍ୟବସାୟୀ ହୋଇଥିବା ବେଳେ ମା ମନୋରମା ହେଉଛନ୍ତି ଜଣେ ଗୃହିଣୀ । ୧୯୯୫ ମସିହା ମାର୍ଚ୍ଚ ୨୨ ତାରିଖରେ ଇର୍ସିତାଙ୍କର ଜନ୍ମ । ଓପିଏସି ଜରିଆରେ 47ଟି ପଦବୀରେ ସିଭିଲ ଜଜ ପାଇଁ ପରୀକ୍ଷା ହୋଇଥିଲା ।












Click it and Unblock the Notifications