ଆସନ୍ତା ୨୮ରେ OPSC ପରୀକ୍ଷା
ଆସନ୍ତା ୨୮ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସି (OPSC) ପରୀକ୍ଷା ଅନୁଷ୍ଠିତ ହେବ। ତେବ ପରୀକ୍ଷା ତାରିଖ ପୂର୍ବରୁ ଏପ୍ରିଲ 25 ଅର୍ଥାତ ଗତକାଲି ଥିଲା ।
ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସି (OPSC) ପରୀକ୍ଷା ଅନୁଷ୍ଠିତ ହେବ। ତେବ ପରୀକ୍ଷା ତାରିଖ ପୂର୍ବରୁ ଏପ୍ରିଲ 25 ଅର୍ଥାତ ଗତକାଲି ଥିଲା । ମାତ୍ର ସପ୍ତାହାନ୍ତ ସଟଡାଉନ ଯୋଗୁଁ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି।

ଅନ୍ୟପକ୍ଷରେ କରୋନା ସଂକ୍ରମଣ ବଢୁଥିବାରୁ ପରୀକ୍ଷାକୁ ଆହୁରି ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏଥର ଓଡ଼ିଶା ଓ ଓଡ଼ିଶା ବାହାରର ପାଖାପାଖି ୨୦୦୦ ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେବେ।
ତେବେ କରୋନା କାଳରେ କିଭଳି ପରୀକ୍ଷା ଅନୁଷ୍ଠିତ କରିଯାଉଛି ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ। ଆଗରୁ ଏମ୍ସ ଓ ନିଟ୍ ପରୀକ୍ଷା ବାତିଲ ହୋଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ପାଇଁ ଦାବି ହୋଇଛି।












Click it and Unblock the Notifications