ପ୍ରକାଶ ପାଇଲା OJS ରେଜଲ୍ଟ : ପ୍ରଥମ ୩ଟି ସ୍ଥାନରେ ଝିଅ
ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ (OJS 2021) ରେଜଲ୍ଟ । ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି । ଆଦ୍ୟାଶା ମିଶ୍ର ଟପ୍ପର, ଚେତନା ପଟ୍ଟନାୟକ ଦ୍ୱିତୀୟ, ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ହୋଇଛନ୍ତି । ପ୍ରଥମ ୩ଟି ସ୍ଥାନରେ ଝିଅ ରହିଛ
ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ (OJS 2021) ରେଜଲ୍ଟ । ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି । ଆଦ୍ୟାଶା ମିଶ୍ର ଟପ୍ପର, ଚେତନା ପଟ୍ଟନାୟକ ଦ୍ୱିତୀୟ, ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ହୋଇଛନ୍ତି । ପ୍ରଥମ ୩ଟି ସ୍ଥାନରେ ଝିଅ ରହିଛନ୍ତି ।

୫୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି। ସିଭିଲ୍ ଜଜ୍ ପଦବୀରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ରେଜଲ୍ଟକୁ ନେଇ OJS ଟପ୍ପର ଆଦ୍ୟାଶା ମିଶ୍ର କହିଛନ୍ତି ଯେ- ମୁଁ ଟପ୍ପର ହେବି ବୋଲି ଭାବିନଥିଲି। ମୁଁ ଏନେଇ କୋଚିଂ ନେଉଥିଲି ଓ ବାକି ସମୟ ଘରେ ପଢାପଢି କରୁଥିଲି। ଇଣ୍ଟରଭ୍ୟୁରେ ସୁପ୍ରିମକୋର୍ଟ ଦେଇଥିବା ଗର୍ଭପାତ ରାୟ ଉପରେ ମୋତେ ପ୍ରଶ୍ନ ପଚରାଯାଇଥିଲା। ମୋ ପାଇଁ ଏହା ପ୍ରଥମ ଇଣ୍ଟରଭ୍ୟୁ ଥିଲା, ପ୍ରାକ୍ଟିସ କରିବା ପାଇଁ ମୋ ପାଖରେ ସମୟ ନଥିଲା।












Click it and Unblock the Notifications