କାଲି ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ପୂର୍ବାହ୍ନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବ । ଓଜେଇଇ ୱେବସାଇଟ୍‌ ଜରିଆରେ ମିଳିବ ପରୀକ୍ଷା ଫଳ ।

ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମ୍‌ବିଏ, ଏମ୍‌ସିଏ, ଏମ୍‌ଏସ୍‌ସି, ଏମ୍‌ଟେକ୍‌, ଏମ୍‌ ପ୍ଲାନ, ଲାଟେରାଲ୍‌ ଏଣ୍ଟ୍ରି ବିଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବିଏସ୍‌ସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ମେ' ମାସ ୮ରୁ ୧୫ତାରିଖ ପର୍ଯ୍ୟନ୍ତ ଓଜେଇଇର ପ୍ରବେଶିକା ପରୀକ୍ଷା ରାଜ୍ୟର ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ମୋଟ ୩୩ଟି ସହରରେ ୪୭ ପରୀକ୍ଷା କେନ୍ଦ୍ର ହୋଇଥିଲା ।

OJEE Result 2023

ତେବେ ଆସନ୍ତାକାଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିବେ। ଏହା ପରେ ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟରେ ନିଜର ପରୀକ୍ଷା ଫଳ ପାଇ ପାରିବେ । ଚଳିତବର୍ଷ ମୋଟ ୫୫ ହଜାର ୯୭୯ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ନାମ‌ ପଞ୍ଜୀକରଣ କରିଥିଲେ। ଲାଟେରାଲ ଏଣ୍ଟ୍ରି ଡିପ୍ଲୋମାରେ ସର୍ବାଧିକ ଛାତ୍ରଛାତ୍ରୀ ୧୭ ହଜାର ୭୬୩, ବି ଫାର୍ମାରେ ୧୩ ହଜାର ୮୧୩, ଏମବିଏରେ ୯,୩୦୫, ଏମସିଏ ଓ ଏମଏସସି କମ୍ପ୍ୟୁଟର ସାଇନ୍ସରେ ୮,୮୪୧ ଛାତ୍ରଛାତ୍ରୀ ରହିଛନ୍ତି। ବାକି ଛାତ୍ରଛାତ୍ରୀ ବି କ୍ୟାଟ୍‌, ଏମ ଆର୍କ, ଏମ ଫାର୍ମା, ଏମ ଟେକ୍‌ ପରି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପରୀକ୍ଷା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+