ପ୍ରକାଶ ପାଇଲା OJEE ରେଜଲ୍ଟ
ପ୍ରକାଶ ପାଇଲା OJEE (ଓଡ଼ିଶା ଜଏଣ୍ଟ ଏଣ୍ଟରାନ୍ସ ଏକଜାମ୍) ରେଜଲ୍ଟ । ଏହି ପରୀକ୍ଷାରେ ୪୯ ହଜାର ୨୭୯ ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି।
ଭୁବନେଶ୍ୱର: ପ୍ରକାଶ ପାଇଲା OJEE (ଓଡ଼ିଶା ଜଏଣ୍ଟ ଏଣ୍ଟରାନ୍ସ ଏକଜାମ୍) ରେଜଲ୍ଟ । ଏହି ପରୀକ୍ଷାରେ ୪୯ ହଜାର ୨୭୯ ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି। ପିଲାମାନେ ୱେବସାଇଟ୍ www.ojee.nic.in ଓ www.odishajee.com ରୁ ନିଜର ରାଙ୍କ ଜାଣିପାରିବେ।

ସୂଚନାଥାଉ କି, ୬ ସେପ୍ଟେମ୍ବରରୁ ୧୮ ସେପ୍ଟେମ୍ବର ମଧ୍ୟରେ କରୋନା କଟକଣା ମାନି ଓଜେଇଇ ପରୀକ୍ଷା ହୋଇଥିଲା । ପ୍ରଥମଥର ପାଇଁ ରାଜ୍ୟର ୩୦ ଜିଲ୍ଲାରେ ୫୭ଟି ପରୀକ୍ଷା କେନ୍ଦ୍ର ସହ ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଓ ପାଟଣାରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ୬୫ ହଜାର ୭୬୩ ଜଣ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୭୫ ପ୍ରତିଶତ ଆବେଦନକାରୀ ପରୀକ୍ଷା ଦେଇଥିଲେ ।
The results of #OJEE_2021 have been published. @SDTE_Odisha Minister released the Results Booklet today in presence of senior officials of the Dept. pic.twitter.com/fliMYY6zHG
— I & PR Department, Odisha (@IPR_Odisha) September 29, 2021
ବି. ଫାର୍ମରେ ଲକ୍ଷ୍ମୀପ୍ରିୟା ସେନାପତି, ଏଲ୍ଇ.ଟେକ୍ (ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, ଏଲ୍ଇ.ଟେକ୍ (ବିଏସ୍ସି)ରେ ଦୀପକ ସା, ଏଲ୍ଇ.ଫାର୍ମାରେ ଗୁଣାକର ସାହୁ, ବି.ଟେକ୍ (ସ୍ପେଶାଲ)ରେ ପିୟୁଷ ଚନ୍ଦୁକା, ଏମ୍ବିଏରେ ଆଶୁତୋଷ ରଥ, ଏମ୍ସିଏରେ ନିଶିକାନ୍ତ ପରିଡ଼ା, ଇଣ୍ଟିଗ୍ରେଟେଡ ଏମ୍ବିଏରେ ରୁଦ୍ର ପ୍ରସାଦ ରଥ, ଏମ୍.ଫାର୍ମାରେ କେ ସଂଜନ ସୁବୁଦ୍ଧୁ, ଏମ୍ ଆର୍କିଟେକ୍ରେ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ୍ ପ୍ଲାନରେ ବିଶ୍ୱଜିତ ସ୍ୱାଇଁ ଟପ୍ପର ହୋଇଛନ୍ତି।
ଏମ୍.ଟେକ୍ର ୧୨ଟି ବିଷୟରେ ମଧ୍ୟ ଟପ୍ପର ତାଲିକା ପ୍ରକାଶ ପାଇଛି । ସିଭିଲରେ ସୌମ୍ୟା ସାହୁ, ଇଲେକ୍ଟ୍ରିକାଲରେ ସତ୍ୟବ୍ରତ ସାହୁ, ମେକାନିକାଲରେ ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସରେ ସୌମ୍ୟ ସଂକେତ ପାତ୍ର, ଇଲେକଟ୍ରୋନିକ ଆଣ୍ଡ କମ୍ୟୁନିକେସନରେ ଦୀପକ କୁମାର ପୃଷ୍ଟି, କେମିକାଲ ଇଞ୍ଜିନିୟରିଂରେ ସମ୍ବିତ ନାୟକ, ମେଟାଲୁରଜିକାଲରେ ସମ୍ବିତ କୁମାର ସାହୁ, ଏନଭରମେଣ୍ଟାଲରେ ଅମିତ କର, ବାଓଟେକ୍ନୋଲୋଜିରେ ସୁସ୍ମିତା ପତି, ପ୍ଲାଷ୍ଟିକରେ ସାଈସ୍ୱପ୍ନ ରାଉତରାୟ ଓ ଟେକ୍ସଟାଇଲରେ ଅଜିତ କୁମାର ସାହୁ ଟପ୍ପର ହୋଇଛନ୍ତି ।
ସେହିପରି MBAରେ ଆଶୁତୋଷ ରଥ ଟପ୍ପର ହୋଇଛନ୍ତି। ସେହିପରି MCAରେ ନିଶିକାନ୍ତ ପରିଡ଼ାଟପ୍ପର ହୋଇଛନ୍ତି।












Click it and Unblock the Notifications