ଆସନ୍ତା ମେ’ ୮ରୁ ଓଜେଇଇ ପରୀକ୍ଷା, ଏପ୍ରିଲ ୨୦ରୁ ଉପଲବ୍ଧ ହେବ ଆଡମିଟ୍ କାର୍ଡ
ଆସନ୍ତା ମେ’ ୮ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ସେହିପରି ଜୁଲାଇ ମାସରେ ସ୍ବତନ୍ତ୍ର ତଥା ଦ୍ବିତୀୟ ଓଜେଇଇ କରାଯିବ ।

ଭୁବନେଶ୍ବର: ଆସନ୍ତା ମେ' ୮ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍ସିଏ, ଏମ୍.ଏସ୍ସି (କମ୍ପ୍ୟୁଟର ସାଇନ୍ସ) , ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି.କାର୍ଟ, ଏମ୍.ଟେକ୍, ଏମ୍.ଟେକ୍ (ପାର୍ଟ-ଟାଇମ୍), ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍ ଓ ଲାଟେରାଲ୍ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା କରାଯିବ ।
ତେବେ ମେ' ୮, ୯, ୧୦, ୧୧ ଓ ୧୨ ତାରିଖରେ ପରୀକ୍ଷା କରାଯିବ । ମେ' ୧୫ ତାରିଖକୁ ରିଜର୍ଭ ଡେ' ଭାବେ ରଖାଯାଇଛି। କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବାକୁ ଥିବା ପରୀକ୍ଷା ଲାଗି ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍ www.ojee.nic.in ରେ ଫର୍ମ ପୂରଣ କରିପାରିବେ । ଫେବୃୟାରୀ ୧୦ ତାରିଖରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ତେବେ ଏପ୍ରିଲ ୨୦ରୁ ପରୀକ୍ଷାର୍ଥୀଙ୍କ ଲାଗି ଓଜେଇଇ ୱେବସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଏଥର ପରୀକ୍ଷାରେ ପାଖାପାଖି ୬୫ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ନେଇ ଓଜେଇଇ ପକ୍ଷରୁ ଆକଳନ କରାଯାଇଛି ।
ସେହିପରି ଜୁଲାଇ ମାସରେ ସ୍ବତନ୍ତ୍ର ତଥା ଦ୍ବିତୀୟ ଓଜେଇଇ କରାଯିବ। ଯେଉଁଥିରେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗନେବାର ସମ୍ଭାବନା ରହିଛି । ତେଣୁ ପରୀକ୍ଷା ଲାଗି ଆଇଟି ଫାର୍ମଙ୍କଠାରୁ ଓଜେଇଇ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଆଗ୍ରହୀ ସଂସ୍ଥାମାନେ ମାର୍ଚ୍ଚ ୧୬ ସୁଦ୍ଧା ଟେଣ୍ଡର ଆବେଦନ କରିପାରିବେ ।












Click it and Unblock the Notifications