ମେ ୬ରୁ OJEE ପରୀକ୍ଷା, ମାର୍ଚ୍ଚ ୧୫ ଯାଏଁ ରେଜିଷ୍ଟ୍ରେସନ
ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ମେ' ୬ରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ୨୫ ଜାନୁଆରୀ ଠାରୁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇ ମାର୍ଚ୍ଚ ୧୫ ଯାଏ ଚାଲିବ ।
ମେ' ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ପାଇଁ ମେରିଟ୍ ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ) କରାଯାଇଥାଏ।

ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଏଥିପାଇଁ ଆଜିଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଛି । ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଚାଲିବ ।












Click it and Unblock the Notifications