ଜୁଲାଇ ୪ରୁ OJEE 2022: ଜାଣନ୍ତୁ, କେଉଁ ତାରିଖରେ କେଉଁ ବିଭାଗର ପରୀକ୍ଷା...
ପ୍ରକାଶ ପାଇଲା ଓଡିଶା ଜଏଣ୍ଟ ଏଣ୍ଟରାନ୍ସ ଏକ୍ସାମ OJEE- 2022 ପାଇଁ ପରୀକ୍ଷା ସୂଚୀ । ଜୁଲାଇ ୪ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ୮ ତାରିଖରେ ଶେଷ ପରୀକ୍ଷା ହେବ ।
ଭୁବନେଶ୍ୱର: ପ୍ରକାଶ ପାଇଲା ଓଡିଶା ଜଏଣ୍ଟ ଏଣ୍ଟରାନ୍ସ ଏକ୍ସାମ OJEE- 2022 ପାଇଁ ପରୀକ୍ଷା ସୂଚୀ । ଜୁଲାଇ ୪ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ୮ ତାରିଖରେ ଶେଷ ପରୀକ୍ଷା ହେବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ ।

ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ। ସେହିପରି ଜୁଲାଇ ୫ର ୧ମ ଓ ୨ୟ ସିଫ୍ଟରେ MCA/M.Sc ପରୀକ୍ଷା ହେବ । ଜୁଲାଇ ୫ର ୩ୟ ସିଫ୍ଟରେ M.Tech, M.Arch, M.Pharm, B.CAT ପରୀକ୍ଷା ହେବ । ୬ ତାରିଖର ପ୍ରଥମ ୨ଟି ସିଫ୍ଟରେ MBA ଓ ୨ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ MBA ପରୀକ୍ଷା ହେବ । ଶେଷରେ ୮ ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ B.pharm ପ୍ରବେଶିକା ପରୀକ୍ଷା ହେବ ।













Click it and Unblock the Notifications