ପ୍ରକାଶ ପାଇଲା OJEE ରେଜଲ୍ଟ : ଏମବିଏରେ ଶ୍ରଦ୍ଧାରବିନ୍ଦ ଟପ୍ପର

ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି ।

ଭୁବନେଶ୍ୱର: ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି ।

OJEE Result 2022

www.ojee.nic.in ୱେବସାଇଟରେ ଛାତ୍ରଛାତ୍ରୀମାନେ ପରୀକ୍ଷାଫଳ ଦେଖିପାରିବେ। ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୭ ହଜାର ୭୨୯ ଜଣଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି । ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ଜୁଲାଇ ୪ରୁ ଜୁଲାଇ ୮ ଯାଏଁ ବିଭିନ୍ନ ବିଭାଗର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେପଟେ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଓଜେଇଇ କାଉନସିଲିଂ ଆରମ୍ଭ ହେବ । ଅଗଷ୍ଟ ୧ ତାରିଖରୁ ସ୍ପେଶିଆଲ୍ ଓଜେଇଇ ଆବେଦନ ଆରମ୍ଭ ହେବ । ଯାହାକି ଅଗଷ୍ଟ ଶେଷ ସପ୍ତାହରେ ହେବ ବୋଲି ସୂଚନା ମିଳିଛି

ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବା ବେଳେ ଏମ୍‌ସିଏରେ ଈଶାନ୍ତ କୁମାର ନାୟକ ଓ ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି। ସେହିପରି ଏମ୍. ଫାର୍ମରେ ସଚିନ ନାୟକ, ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଛନ୍ତି। ଏମ୍‌ଟେକ୍ ସିଭିଲ ଇଞ୍ଜିନିୟରିଂରେ ସଂଜୀବ ପ୍ରଧାନ ଟପ୍ପର ହୋଇଥିବା ବେଳେ ଏମ୍‌ଟେକ୍ ଇଲେକ୍ଟ୍ରିକାଲରେ ମିଥୁନ ଅଧିକାରୀ ଓ ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି ।

ସୂଚନାଯୋଗ୍ୟ,ଜୁଲାଇ ୪ରୁ ୮ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୩ଟି ସିଟିଂରେ ଏହି ପରୀକ୍ଷା ହୋଇଥିଲା। କମ୍ପ୍ୟୁଟର ବେସଡ୍ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ଆବେଦନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+