Get Updates
Get notified of breaking news, exclusive insights, and must-see stories!

ବଢ଼ିବ କି ଖରା ଛୁଟି ଅବଧି ? ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ବଦଳିପାରେ ଖରାଛୁଟି ନିଷ୍ପତ୍ତି । ମେ’ ବଦଳରେ ଜୁନ୍ ମାସରେ ଖରାଛୁଟିକୁ ନେଇ ଅନେକ ଅଭିଯୋଗ ଆସିଥିବା ବେଳେ ପରିସ୍ଥିତି ଦେଖି ବିଭାଗ ବିଚାର କରିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଭୁବନେଶ୍ୱର: ବଦଳିପାରେ ଖରାଛୁଟି ନିଷ୍ପତ୍ତି । ମେ' ବଦଳରେ ଜୁନ୍ ମାସରେ ଖରାଛୁଟିକୁ ନେଇ ଅନେକ ଅଭିଯୋଗ ଆସିଥିବା ବେଳେ ପରିସ୍ଥିତି ଦେଖି ବିଭାଗ ବିଚାର କରିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Summer Vacation

ମନ୍ତ୍ରୀ କହିଛନ୍ତି, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗ ନିକଟକୁ ଆସୁଛି। ହେଲେ ଏନେଇ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ପରିସ୍ଥିତି ସେପରି କିଛି ଉପୁଜେ, ତା ହେଲେ ଗଣଶିକ୍ଷା ବିଭାଗ ସେନେଇ ବିଚାର କରିବ ।

ଅନ୍ୟପକ୍ଷରେ ଚଳିତ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପୁସ୍ତିକା । ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ । ମେ'ରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ । ଏହି ସ୍ୱତନ୍ତ୍ର ପୁସ୍ତକ ଦେବାର ଉଦ୍ଦେଶ୍ୟ ହେଉଛି ଦୁଇ ବର୍ଷର ପିଲାଙ୍କ ପାଠ ପଢ଼ା କ୍ଷତି ଭରଣା କରିବା । ଏହା କେବଳ ଖରା ଛୁଟି ସମୟରେ ହେବାକୁ ଥିବା କ୍ଲାସରେ ପଢ଼ାଯିବନି । ପୂରା ସେସନରେ ଏହି ପାଠ ପଢ଼ାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ତେବେ ଛୁଟିକୁ ନେଇ ମନ୍ତ୍ରୀ ଆହୁରି କହିଛନ୍ତି, ଉଚ୍ଚ ଶିକ୍ଷା ବିଭାଗ ଜୁନ୍‌୧ରୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିବା ବେଳେ ଗଣଶିକ୍ଷା ବିଭାଗର ଛୁଟି ଜୁନ୍‌ ୬ରୁ ଆରମ୍ଭ ହୋଇ ୧୬ ଯାଏ ଲାଗୁ ହେବ । ହେଲେ ମେ' ଆରମ୍ଭରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ । ଏବେ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ପିଲାମାନେ ଘରକୁ ଫେରିବା ପରେ ଅସହ୍ୟ ଖରାରା ଛଟପଟ ହେଉଛନ୍ତି। ଏହାକୁ ନଜରରେ ରଖି ମେ' ଆରମ୍ଭରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଏହାଦ୍ୱାରା ଖରାର କୋପ ବଢ଼ିବା ଆଗରୁ ପିଲା ଘରେ ପହଞ୍ଚିଯିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+