Get Updates
Get notified of breaking news, exclusive insights, and must-see stories!

ଖରାଛୁଟିରେ ସ୍କୁଲ ପିଲାଙ୍କ ହୋମୱାର୍କ ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର, ଫୋନ କରି ବୁଝନ୍ତୁ ପ୍ରଶ୍ନର ଉତ୍ତର

ଭୁବନେଶ୍ୱର: ଖରା ଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ 'ହଲିଡେ ହୋମୱାର୍କ ପ୍ରୋଗ୍ରାମ' ଓ ଜିଲାୱାରୀ ଟୋଲ-ଫ୍ରି ନମ୍ବର ଜାରି ହୋଇଛି । ଆଜି ମେ' ୧ତାରିଖରୁ ଛୁଟିରେ ହୋମୱାର୍କ କରାଇବା ପାଇଁ ଏସଓପି ପାଳନ କରିବା ସହ ଗାଇଡଲାଇନ୍ ଜାରି ହୋଇଛି ।

 Toll Free Number

ଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହୟତା କେନ୍ଦ୍ର ଖୋଲା ଯାଇ ପ୍ରତିଦିନ ୪ ଜଣ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକକୁ ନିୟୋଜିତ କରାଯାଇଛି । ଛାତ୍ରଛାତ୍ରୀମାନେ ହୋମୱାର୍କ ସଂକ୍ରାନ୍ତ ପ୍ରଶ୍ନଗୁଡ଼ିକର ସିଧାସଳଖ ପ୍ରଶ୍ନର ଉତ୍ତର ଏଠି ପାଇ ପାରିବେ । ବିଭିନ୍ନ ଜିଲ୍ଲା ପାଇଁ ଅଲଗା ଅଲଗା ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି । ଏହି କାର୍ଯ୍ୟକ୍ରମ ମେ ୧ ତାରିଖରୁ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଦିବସରେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ।

ଏହାସହିତ ସ୍କୁଲସ୍ତରରେ ହୋମୱାର୍କ ତଦାରଖ ବ୍ୟବସ୍ଥା ମଧ୍ୟ ହୋଇଛି । ଟୋଲ ଫ୍ରି ନମ୍ବର ବ୍ୟତୀତ ଅନ୍ୟ ଏକ ନମ୍ବରରୁ ପ୍ରତ୍ୟେକ ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ସହାୟତା କେନ୍ଦ୍ର ସହ ଯୋଗାଯୋଗ କରି ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ଟୋଲ-ଫ୍ରି ନମ୍ବରରେ ତଥା ସ୍କୁଲ ସହ ଯୋଗାଯୋଗ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସ୍ୱତନ୍ତ୍ର ରେଜିଷ୍ଟରରେ ଲିପିବଦ୍ଧ କରାଯାଉଛି । ପ୍ରତିଦିନ ରାଜ୍ୟସ୍ତରରେ 'ବିଦ୍ୟା ସମୀକ୍ଷା କେନ୍ଦ୍ର'ରୁ ଏହାର ତଦାରଖ ଓ ସମୀକ୍ଷାର ବ୍ୟବସ୍ଥା ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+