ଆଜି ପ୍ରକାଶ ପାଇବ ଯୁକ୍ତ 2 ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ଜାଣନ୍ତୁ କିପରି ଜାଣିବେ ରେଜଲ୍ଟ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ସନ୍ଧ୍ୟା 5ଟା ପରେ ଯେକୌଣସି ସମୟରେ ପରୀକ୍ଷାଫଳ ଉପଲବ୍ଧ ହେବ ।
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ସନ୍ଧ୍ୟା 5ଟା ପରେ ଯେକୌଣସି ସମୟରେ ପରୀକ୍ଷାଫଳ ଉପଲବ୍ଧ ହେବ । ମିଳିଥିବା ସୂଚନା ଅନୁଯାୟୀ 1 ଲକ୍ଷ 20 ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଯେଉଁଥିରେ ବିଜ୍ଞାନରେ 95 ହଜାର ଓ ବାଣିଜ୍ୟରେ 25 ହଜାର ଛାତ୍ରଛାତ୍ରୀ ରହିଛନ୍ତି । ଅପରପକ୍ଷରେ ଯୁକ୍ତ 2 କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ ଏବେ ପ୍ରକାଶ ପାଇବ ନାହିଁ । ପାଠ୍ୟକ୍ରମର ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ଅଧିକ ସମୟର ଆବଶ୍ୟକତା ପଡୁଛି ।

ଏହିକାରଣରୁ ଏହି ଦୁଇଟିର ପରୀକ୍ଷା ଫଳ ଶୀଘ୍ର ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଥିବା ସୁପ୍ରିମକୋର୍ଟ ନିକଟରେ ପରିଷଦ ପକ୍ଷରୁ ଯାଚିକା ଦାଖଲ କରାଯାଇଛି ।
କିଭଳି ଜାଣିବେ ରେଜଲ୍ଟ ?
ଆଜି ପ୍ରକାଶ ପାଉଥିବା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ www.orissaresults.nic.in ଓ୍ୱେବସାଇଟରେ ପ୍ରକାଶ ପାଇବ । ଏଥିରେ ଛାତ୍ରଛାତ୍ରୀମାନେ ନିଜର ରୋଲ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ । ଏଥିସହିତ ସାମସ୍ କଲେଜ ଇ-ସ୍ପେସରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ ।












Click it and Unblock the Notifications