ସେପ୍ଟେମ୍ବର ୬ ତାରିଖ ଠାରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ
ଆସନ୍ତା ୬ ତାରିଖରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କ୍ଲାସ ରୁମରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି।
ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କ୍ଲାସ ରୁମରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି।

ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବା ପରେ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍ନିକ୍, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ କ୍ଲାସ କରିପାରିବେ। କିନ୍ତୁ କଲେଜ କ୍ଲାସରୁମ୍, ପରୀକ୍ଷାଗାର, ଛାତ୍ରାବାସ ଆଦିରେ କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବାକୁ ହେବ।
ସେପ୍ଟେମ୍ବର ୫ ତାରିଖରୁ ହଷ୍ଟେଲ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ କ୍ଲାସରୁମରେ ଗହଳି କମାଇବାକୁ ବିଭିନ୍ନ ବ୍ୟାଚ କରି ଅଧିକ ସମୟ ଶିକ୍ଷା ଦାନ କରାଇବାକୁ ଏସଓପିରେ ଉଲ୍ଲେଖ ରହିଛି। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ଟିଚିଂ ରେକର୍ଡ କରି ସେମାନଙ୍କୁ ପଠା ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଶିକ୍ଷାନୁଷ୍ଠାନ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ଦିଲ୍ଲୀ ସରକାରଙ୍କ ସମେତ କେତେକ ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ଅନୁମତି ଦେଇଥିବାବେଳେ ଓଡ଼ିଶାରେ ସ୍କୁଲ ପାଠପଢ଼ା କେବେ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications