ଆଜିଠୁ ରାଜ୍ୟରେ ଖୋଲିଲା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ
ରାଜ୍ୟରେ ଆଜିଠୁ ଖୋଲିଛି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ଥିବା ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ ଖୋଲିଛି ।
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଖୋଲିଛି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ଥିବା ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ ଖୋଲିଛି ।

ତେବେ କଲେଜ ଖୋଲିବା ଆଗାରୁ କ୍ଲାସ୍ରୁମ୍, ଲାବୋରେଟାରି, ହଷ୍ଟେଲଗୁଡ଼ିକୁ ଭଲ ଭାବେ ସାନିଟାଇଜ କରାଯାଇଛି । କଣ୍ଟେନ୍ମେଣ୍ଟ ଜୋନ୍ରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ । ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ନିୟମିତ ଭାବେ ହ୍ୟାଣ୍ଡୱାସ୍ ଓ ହାତ ସାନିଟାଇଜ୍ କରିବେ । କ୍ଲାସରୁମ୍, ଲାଇବ୍ରେରି, ଲାବରେଟୋରିରେ ୬ ଫୁଟ୍ର ସାମାଜିକ ଦୂରତା ରକ୍ଷା ଉପରେ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ।
ଆଇଟିଆଇ, ପଲିଟେକନିକ୍ ଭଳି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଖୋଲିବ । ଅନ୍ୟ କ୍ଲାସ୍ଗୁଡ଼ିକ ଅବସ୍ଥା ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।












Click it and Unblock the Notifications