For Quick Alerts
For Daily Alerts
ରଜ ପରେ ଖୋଲିବ ସ୍କୁଲ: ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି
ସୋମବାର (ଆଜି)ଠାରୁ ରାଜ୍ୟର ସମସ୍ତ ସ୍କୁଲ୍ ଓ କଲେଜରେ ଖରାଛୁଟି ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ରହିବ ।
ଭୁବନେଶ୍ୱର: ସୋମବାର (ଆଜି)ଠାରୁ ରାଜ୍ୟର ସମସ୍ତ ସ୍କୁଲ୍ ଓ କଲେଜରେ ଖରାଛୁଟି ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ରହିବ । ଏନେଇ ପୂର୍ବରୁ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଖରାକୁ ଦୃଷ୍ଟିରେ ରଖି ସକାଳୁଆ କ୍ଳାସ୍ (Morning School) ମାଧ୍ୟମରେ ହେଉଥିଲା ପାଠପଢ଼ା । କୋଭିଡ ସଂକ୍ରମଣ ଯୋଗୁଁ ଦୁଇବର୍ଷ ହେଲା ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା । ଏଥିପାଇଁ ଚଳିତ ବର୍ଷ ଖରା ଛୁଟି କମାଇ ଦିଆଯାଇଛି ।
ପୂର୍ବରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ କ୍ଳାସ ଆରମ୍ଭ ହୋଇଥିଲା । ସକାଳ ୬ଟାରୁ ଦିନ ୯ଟା ପର୍ଯ୍ୟନ୍ତ ପିଲାମାନେ କ୍ଳାସ କରୁଥିଲେ । ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂ ରିକଭରୀ ପ୍ଲାନ ଅବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରିଛି ଗଣଶିକ୍ଷା ବିଭାଗ ।
Comments
English summary
Odisha: Summer Vacation from today till 16th of June
Story first published: Monday, June 6, 2022, 19:33 [IST]