ସ୍କୁଲ ପିଲାଙ୍କୁ ମାଗଣା ୟୁନିଫର୍ମ, ମିଳିବ ୨ ହଳ ପୋଷାକ, ଜୋତା ଓ ମୋଜା

ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ସ୍କୁଲ ଗୁଡିକର ପିଲାମାନଙ୍କୁ ଚଳିତ ୨୦୨୧-୨୨ ଶିକ୍ଷାବର୍ଷ ଲାଗି ପୋଷକ ଓ ଜୋତା ବଣ୍ଟନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ସ୍କୁଲ ଗୁଡିକର ପିଲାମାନଙ୍କୁ ଚଳିତ ୨୦୨୧-୨୨ ଶିକ୍ଷାବର୍ଷ ଲାଗି ପୋଷକ ଓ ଜୋତା ବଣ୍ଟନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ମାଗଣାରେ ଦୁଇ ହଳ ପୋଷାକ, ଏକ
ହଳ ଜୋତା ଓ ଦୁଇ ହଳ ମୋଜା ପ୍ରଦାନ କରାଯିବ ।

Odisha School Uniform

ପ୍ରତ୍ୟେକ ପିଲାଙ୍କ ପାଛା ୬ ଶହ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ଓସେପା (ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ ଦାୟିତ୍ୱ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାର ପରିଚାଳନା ପାଇଁ ମଧ୍ୟ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁଯାୟୀ, ପୂର୍ବବର୍ଷ ପରି ପୋଷକର ରଙ୍ଗ ଓ ପରିପାଟୀରେ କୌଣସି ପରିବର୍ତ୍ତନ ହେବ ନାହିଁ । ପୋଷାକ ପାଇଁ ୪ ଶହ ଟଙ୍କା ନିର୍ଦ୍ଧାରଣ କରାଯାଇଥିବାବେଳେ ଜୋତା ଓ ମୋଜା ପାଇଁ ୨ଶହ ଟଙ୍କା ରଖାଯାଇଛି । ସମସ୍ତ ଛାତ୍ରମାନଙ୍କ ପାଇଁ ନୀଳ ପ୍ୟାଣ୍ଟ ଓ ଧଳାସାର୍ଟ ଏବଂ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀମାନଙ୍କୁ ନୀଳ ଫ୍ରକ୍ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ନୀଳ କମିଜ୍ ଓ ଧଳା ସାଲୱାର ପ୍ରଦାନ କରାଯିବ। ସେମାନଙ୍କୁ ଏକ ହଳ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ରଙ୍ଗର ମୋଜା ବଣ୍ଟନ କରାଯିବ।

ପ୍ରତ୍ୟେକ ସାର୍ଟ, ପ୍ୟାଣ୍ଟ ଓ ଫ୍ରର୍କ କଲରରେ ୨୦୨୧ ଲେଖାଥିବା ସ୍ଥାୟୀ ବ୍ୟାଚ୍ ଥିବା ଆବଶ୍ୟକ। ପୋଷାକ ଓ ଜୋତାର ରଙ୍ଗ ଏବଂ ଗଣବୁ ତ୍ତା ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ କୌଣସ ଛାତ୍ରଛାତ୍ରୀ ଯେପରି ଏଥିରୁ ବଞ୍ଚିତ ନହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୋଷାକ ଓ ଜୋତା ବଣ୍ଟନ ପ୍ରକ୍ରିୟା ଜୁଲାଇ ୧୫ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+