ଆସନ୍ତାକାଲିଠୁ ଦଶମ ପାସ୍ ପିଲାଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ସୁଯୋଗ
ଆସନ୍ତାକାଲି (ସେପ୍ଟେମ୍ବର ୧୦) ତାରିଖରୁ ଆରମ୍ଭ ହେବ ଦଶମ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟା । ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଭୁବନେଶ୍ବର: ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ଆଡ୍ମିଶନରେ ଭାଗ ନେଇପାରିନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୁଯୋଗ ଦେବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡ୍ମିଶନ ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଅନ୍ୟ ଏକ ସୁଯୋଗ ପ୍ରଦାନ କରିଛନ୍ତି ।

ଆସନ୍ତାକାଲି (ସେପ୍ଟେମ୍ବର ୧୦) ତାରିଖରୁ ଆରମ୍ଭ ହେବ ଦଶମ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟା । ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ଛାତ୍ରଛାତ୍ରୀ ତଥା ଅଭିଭାବକ www.samsodisha.gov.in ରେ ଲଗଇନ୍ କରି ସବିଶେଷ ତଥ୍ୟ ପାଇପାରିବେ ।
ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଇ-ଆଡମିଶନ କରିପାରି ନଥିଲେ । ଯାହା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ସେମାନଙ୍କୁ ଆଉ ଏକ ସୁଯୋଗ ଦେବାକୁ ଦ୍ବିତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications