ଏହି ସବୁ ଜିଲ୍ଲାରେ ୨୧ ପରିବର୍ତ୍ତେ ୨୨ରେ ଖୋଲିବ ସ୍କୁଲ
ସମ୍ବଲପୁର: ଆସନ୍ତାକାଲି (ବୁଧବାର) ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । କିନ୍ତୁ କିଛି ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର ।
ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀରରେ ସ୍ଥିତି ଦେଖି ସକାଳୁଆ ସ୍କୁଲ କିମ୍ବା ଛୁଟି ଘୋଷଣା କରିପାରିବେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ତେବେ ଏହି ନିଷ୍ପତ୍ତି ଅନୁଯାଇ ସମ୍ବଲପୁର ଜିଲ୍ଲାରେ ୨୨ ତାରିଖରୁ ଖୋଲିବ ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଗ୍ରୀଷ୍ମପ୍ରବାହ ପାଇଁ ସମ୍ବଲପୁରରେ ୨୧ ତାରିଖ ପରିବର୍ତ୍ତେ ୨୨ରେ ସ୍କୁଲ ଖୋଲିବ ନେଇ ସ୍ଥିର କରାଯାଇଛି । ଆସନ୍ତା ୨୪ ତାରିଖ ଯାଏଁ ସକାଳ ସାଢ଼େ ୬ରୁ ୧୦ଟା ଚାଲିବ ସ୍କୁଲ । ୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ୨୬ ତାରିଖ ଠାରୁ ନିୟମିତ ସମାୟାନୁସାରେ ଚାଲିବ ସ୍କୁଲ ବୋଲି ନିଷ୍ପତ୍ତି ନେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ।
ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ୨୨ ତାରିଖରେ ଖୋଲିବ ସବୁ ସ୍କୁଲ । ୨୨ରୁ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ସକାଳୁଆ ଚାଲିବ । ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରୀଷ୍ମ ଛୁଟିକୁ ଜୁନ୍ ୧୯ତାରିଖ ପରିବର୍ତ୍ତେ ଜୁନ୍ ୨୧ତାରିଖରେ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ ।












Click it and Unblock the Notifications