Get Updates
Get notified of breaking news, exclusive insights, and must-see stories!

ଆଜିଠୁ ପୁଣି ଖୋଲିଲା ସ୍କୁଲ: ସକାଳ ୬ରୁ ସ୍କୁଲ ଆସିବା ନେଇ ଅସୁବିଧା ଅଭିଯୋଗ ଆଣିଲେ ଅଭିଭାବକ

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ଛୁଟି ପରେ ଆଜିଠୁ ପୁଣି ଖୋଲିଛି ସ୍କୁଲ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ କ୍ଲାସ ହୋଇଛି ।

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ଛୁଟି ପରେ ଆଜିଠୁ ପୁଣି ଖୋଲିଛି ସ୍କୁଲ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ କ୍ଲାସ ହୋଇଛି । ସକାଳ ୬ଟାରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚି ଥିବା ବେଲେ ମଧ୍ୟାହ୍ନ ଭୋଜନ ସହିତ ୯ଟାରେ ଛୁଟି ହୋଇଛି । ତେବେ ଏଥର ଜୁନ ୬ରୁ ୧୬ ତାରିଖ ଯାଏଁ ଖରାଛୁଟି ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

School reopen

ତେବେ ସକାଳ ୬ଟାରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ସ୍କୁଲ ଆସିବା କଷ୍ଟକର ବୋଲି ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ଅସନ୍ତୋଷ କହିଥିଲା । ହେଲେ ସରକାର ତାଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଆଜି ସ୍କୁଲ ଖୋଲିବା ପରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ପରିସରରେ କରାଯାଇଛି ସମସ୍ତ ବ୍ୟବସ୍ଥା। ପର୍ଯ୍ୟାପ୍ତ ପାଣି ସହିତ ପିଲାମାନଙ୍କୁ ଖରାରେ ନବାହାରିବାକୁ ସଚେତନ କରାଯାଉଛି।

ସେପଟେ ଅସହ୍ୟ ଗରମ ପାଇଁ ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଥିଲେ। ସେପଟେ ଆଜି ସରୁଛି କଲେଜ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଛୁଟି ଅବଧି । ଖରାକୁ ଦୃଷ୍ଟିରେ ରଖି ଗତ ବୁଧବାରଠୁ କ୍ଲାସକୁ ବନ୍ଦ ରଖାଯାଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+