For Quick Alerts
Turn On Notification  
For Daily Alerts
Oneindia App Download

ଆଜିଠୁ ପୁଣି ଖୋଲିଲା ସ୍କୁଲ: ସକାଳ ୬ରୁ ସ୍କୁଲ ଆସିବା ନେଇ ଅସୁବିଧା ଅଭିଯୋଗ ଆଣିଲେ ଅଭିଭାବକ

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ଛୁଟି ପରେ ଆଜିଠୁ ପୁଣି ଖୋଲିଛି ସ୍କୁଲ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ କ୍ଲାସ ହୋଇଛି ।

|

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ଛୁଟି ପରେ ଆଜିଠୁ ପୁଣି ଖୋଲିଛି ସ୍କୁଲ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ କ୍ଲାସ ହୋଇଛି । ସକାଳ ୬ଟାରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚି ଥିବା ବେଲେ ମଧ୍ୟାହ୍ନ ଭୋଜନ ସହିତ ୯ଟାରେ ଛୁଟି ହୋଇଛି । ତେବେ ଏଥର ଜୁନ ୬ରୁ ୧୬ ତାରିଖ ଯାଏଁ ଖରାଛୁଟି ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

School reopen

ତେବେ ସକାଳ ୬ଟାରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ସ୍କୁଲ ଆସିବା କଷ୍ଟକର ବୋଲି ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ଅସନ୍ତୋଷ କହିଥିଲା । ହେଲେ ସରକାର ତାଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଆଜି ସ୍କୁଲ ଖୋଲିବା ପରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ପରିସରରେ କରାଯାଇଛି ସମସ୍ତ ବ୍ୟବସ୍ଥା। ପର୍ଯ୍ୟାପ୍ତ ପାଣି ସହିତ ପିଲାମାନଙ୍କୁ ଖରାରେ ନବାହାରିବାକୁ ସଚେତନ କରାଯାଉଛି।

ସେପଟେ ଅସହ୍ୟ ଗରମ ପାଇଁ ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଥିଲେ। ସେପଟେ ଆଜି ସରୁଛି କଲେଜ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଛୁଟି ଅବଧି । ଖରାକୁ ଦୃଷ୍ଟିରେ ରଖି ଗତ ବୁଧବାରଠୁ କ୍ଲାସକୁ ବନ୍ଦ ରଖାଯାଇଥିଲା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Schools reopen from today: class starts from 6 Morning
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X