ଆସନ୍ତା ୧୪ରୁ ଖୋଲିବ ସ୍କୁଲ, ୨୮ରୁ ଆସିବେ ପିଲା
ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବ୍ରୁଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ ।
ଭୁବନେଶ୍ୱର: ବଦଳିଲା ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି । ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବ୍ରୁଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ । ୧୪ ତାରିଖରେ ସ୍କୁଲ ଖୋଲିବ ଏବଂ କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲ ଆସିବେ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ଏ ସମ୍ପର୍କିତ ଏକ ନିର୍ଦ୍ଦେଶନାମା ବି ସେ ଜାରି କରିଛନ୍ତି ।

ଉଲ୍ଲେଖଥାଉ କି, ୨ ବର୍ଷ ହେଲା କୋଭିଡ୍ ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ଆବର୍ଜନା ସଫା ପାଇଁ ସମୟ ଲାଗୁଛି । ତା'ଛଡ଼ା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।
ରାଜ୍ୟ ସରକାର ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଥିଲେ । ହେଲେ ଏନେଇ ଜିଲ୍ଲାପାଳମାନେ ଅଧିକ ସମୟ ମାଗିଥିଲେ । ଏତେ ଶୀଘ୍ର ସ୍କୁଲକୁ ସଫା ଓ ସରଞ୍ଜାମର ମରାମତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଜିଲ୍ଲାପାଳମାନେ କହିଥିଲେ । ତେଣୁ ଏହାକୁ ଦୃଷ୍ଟି ରଖି ଏବେ ସ୍କୁଲକୁ ୨୮ ତାରିଖରେ ପିଲାମାନେ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି ।
ତେବେ ୧୪ ତାରିଖରୁ ସ୍କୁଲ ଖୋଲିବାକୁ ଥିବାବେଳେ କେବଳ ଶିକ୍ଷକ/ଶିକ୍ଷୟିତ୍ରୀ ଆସିବେ । ଶ୍ରେଣୀଗୃହ ପାଠପଢ଼ା ଫେବ୍ରୁଆରୀ ୨୮ ତାରିଖରୁ ଆରମ୍ଭ ହେବ । ସେ ପର୍ଯ୍ୟନ୍ତ ଅନଲାଇନ୍ ଶିକ୍ଷାଦାନ ଜାରି ରହିବ । ଏନେଇ ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।












Click it and Unblock the Notifications