ଏଣିକି ଆଉ ଡ୍ରେସ୍ କୋଡ୍ ମାନିବେନି ପ୍ରାଥମିକ ଶିକ୍ଷକ, ସଂଘ ପକ୍ଷରୁ ନିଷ୍ପତ୍ତି

ଆଜି ଡ୍ରେସ୍ କୋଡ୍ ମାନିବେନି ପ୍ରାଥମିକ ଶିକ୍ଷକ । ଗତକାଲି ଗଣଶିକ୍ଷା ମନ୍ତୀ ସମୀର ରଞ୍ଜନ ଦାସଙ୍କ ସହ ବସିଥିବା ବୈଠକ ପ୍ରାଥମିକ ଶିକ୍ଷକ ସଂଘ ଏହି ନିଷ୍ପତ୍ତି ନେଇଛି । ଦାବି ପୂରଣ ନହେବା ଯାଏ ଶିକ୍ଷକମାନେ ଡ୍ରେସ କୋଡ ପିନ୍ଧିବେ ନାହିଁ ବୋଲି ଚେତାବନୀ ଦେଇଛି

Odisha School News

ଭୁବନେଶ୍ୱର: ଆଜି ଡ୍ରେସ୍ କୋଡ୍ ମାନିବେନି ପ୍ରାଥମିକ ଶିକ୍ଷକ । ଗତକାଲି ଗଣଶିକ୍ଷା ମନ୍ତୀ ସମୀର ରଞ୍ଜନ ଦାସଙ୍କ ସହ ବସିଥିବା ବୈଠକ ପ୍ରାଥମିକ ଶିକ୍ଷକ ସଂଘ ଏହି ନିଷ୍ପତ୍ତି ନେଇଛି । ଦାବି ପୂରଣ ନହେବା ଯାଏ ଶିକ୍ଷକମାନେ ଡ୍ରେସ କୋଡ ପିନ୍ଧିବେ ନାହିଁ ବୋଲି ଚେତାବନୀ ଦେଇଛି ସଂଘ । ସେହିପରି ମଧ୍ୟାହ୍ନ ଭୋଜନ ରୋଷେଇରେ ଶିକ୍ଷକମାନେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି ।

ସୂଚନାଥାଉ କି, ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ଶିକ୍ଷକ ଆସି ଲୋୟର ପିଏମଜିରେ ପହଞ୍ଚିଥିଲ । ପୋଲିସ ଆନ୍ଦୋଳନକୁ ଅନୁମତି ନଦେବା ପରେ ଏନେଇ ଦ୍ୱନ୍ଦ୍ୱରେ ଥିଲେ ଶିକ୍ଷକ ସଂଘ । ସେହିପରି ଶିକ୍ଷା ବିଭାଗ ପକ୍ଷରୁ ଛୁଟି ମଞ୍ଜୁର ହୋଇ ନଥିଲା । ବିଭିନ୍ନ ସ୍ଥାନର ବିଇଓ ଛୁଟି ମଞ୍ଜୁରୀ ନ କରିବା ସହ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଗତକାଲି ଶତାଧିକ ଶିକ୍ଷକ ପ୍ରଦର୍ଶନୀ ପଡ଼ିଆରେ ଏକାଠି ହୋଇଥିଲେ ।

ପ୍ରାଥମିକ ଶିକ୍ଷକଙ୍କ କହିବାନୁସାରେ, ୟୁନିଫର୍ମ ପାଇଁ ସରକାର ଟଙ୍କାଟିଏ ଦେଉନାହାନ୍ତି ବୋଲି ଦର୍ଶାଇ ସେ ପର୍ଯ୍ୟନ୍ତ ଡ୍ରେସ୍-କୋଡ୍ ମଧ୍ୟ ବର୍ଜନ କରିବେ। ତେବେ ଏ ନେଇ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଚିନ୍ତା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୬ ବର୍ଷର ଚୁକ୍ତି କାଳକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରି ୬ଟି ଇନକ୍ରିମେଣ୍ଟ ପ୍ରଦାନ ସହ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବାକୁ ସଂଘ ଦାବି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+