ଆସନ୍ତାକାଲିଠୁ ଖୋଲିବ ସ୍କୁଲ, ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ
ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି କାଲି ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଭୁବନେଶ୍ୱର: ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି କାଲି ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ଯେଉଁ ପିଲାମାନେ ସ୍କୁଲକୁ ନ ଆସିପାରିବେ, ସେମାନେ ଅନଲାଇନରେ କ୍ଲାସ କରିପାରିବେ ବୋଲି ସେ କହିଛନ୍ତି ।

ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ୧.୩୦ ଯାଏ ଚାଲିବ। ହେଲେ ସ୍କୁଲରେ ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ, ନନ୍-ଷ୍ଟପ୍ ଚାଲିବ କ୍ଲାସ । ଏ ନେଇ ଆଜି ସ୍କୁଲ ସାନିଟାଇଜ୍ କରିବା ସହ ସ୍କୁଲ ପରିସର ସଫା କରାଯାଉଛି।
ସାମାଜିକ ଦୂରତା କିପରି ରକ୍ଷା ହୋଇ କ୍ଲାସ ହେବ, ସେ ନେଇ ବିଭିନ୍ନ ସେକ୍ସନରେ ଶ୍ରେଣୀ ବିଭକ୍ତ କରାଯାଇଛି। ପାଣି ବ୍ୟବସ୍ଥା ସହ ସାନିଟାଇଜର ବ୍ୟବସ୍ଥା ହୋଇଛି। ଛାତ୍ରଛାତ୍ରୀଙ୍କ ଶରୀରର ତାପମାତ୍ରା ମାପି କ୍ଲାସ ପ୍ରବେଶ ପାଇଁ ଅନୁମତି ମିଳିବ। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇସୋଲେସନ ରୁମର ବ୍ୟବସ୍ଥା ହୋଇଛି। ଶିକ୍ଷକମାନେ ଟୀକା ନେଇ ଆସିବାର ନିୟମ ହୋଇଛି। ତେବେ ଦ୍ୱିତୀୟ ଡୋଜ ଟିକା ନ ନେଇଥିଲେ ବି ଗୋଟିଏ ଡୋଜ ଟିକା ନେଇଥିବା ଶିକ୍ଷକ ସ୍କୁଲ ଆସିପାରିବେ।
ଏନେଇ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ସ୍କୁଲ କ୍ୟାମ୍ପସ ସଫା ହେବା ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଲାସ୍ ରୁମକୁ ସାନିଟାଇଜ୍ କରାଯାଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ସ୍କୁଲ ଖୋଲିବା ପ୍ରସଙ୍ଗରେ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ତେବେ ପିଲାମାନେ ସ୍କୁଲ ଆସିବା ପୂର୍ବରୁ ସେମାନଙ୍କର ଅଭିଭାବକଙ୍କ ଅନୁମତି ଆଣିବା ନେଇ ନିୟମ ରହିଛି । ଯେଉଁ ପିଲାମାନେ ସ୍କୁଲକୁ ଆସିପାରିବେନି, ସେମାନେ ଅନଲାଇନରେ କ୍ଲାସ କରିପାରିବେ ।












Click it and Unblock the Notifications