For Quick Alerts
Turn On Notification  
For Daily Alerts
Oneindia App Download

ବଡ ଖବର: ଆସନ୍ତାକାଲି ଠାରୁ ୫ଦିନ ଯାଏଁ ସ୍କୁଲ ଛୁଟି

କାଲିଠୁ ୫ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ସରକାର । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଫଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ଘୋଷଣା ।

|

ଭୁବନେଶ୍ୱର: ସ୍କୁଲ ପିଲାଙ୍କ ପାଇଁ ବଡ ଖବର । କାଲିଠୁ ୫ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ସରକାର । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଫଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ଘୋଷଣା । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

School Close

ଏପ୍ରିଲ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଲଗାତାର ୩ ଦିନ ଧରି ରାଜଧାନୀ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ସେପଟେ ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେଣୁ ଛାତ୍ରଛାତ୍ରୀ ସ୍କୁଲ ଯିବା ସମ୍ଭବପର ହେଉ ନାହିଁ ।

ଏହାପୂର୍ବରୁ ପ୍ରବଳ ଖରା ଯୋଗୁଁ ସ୍କୁଲ ଛୁଟି କରିବାକୁ ଅଭିଭାବକ ମାନେ ଦାବି କରିଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା କରାଯାଇ ନିଷ୍ପତି ନିଆଯିବ ବୋଲି କୁହାଯାଇଥିଲା । ତେବେ ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ହେଉଥିଲା । କିନ୍ତୁ ଆସନ୍ତା ୫ ଦିନ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯିବା ପରେ ସ୍କୁଲ ଛୁଟି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

ସେପଟେ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ମୁତାବକ ସ୍କୁଲ ଛୁଟି ରହିବ । ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବା ସ୍ୱତେ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଜାରି ରହିବ । ପରୀକ୍ଷାରେ କୌଣସି ବାଧା ସୃଷ୍ଟି ହେବ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: School Closed 5 days from tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X