ନୂଆବର୍ଷରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ: ଜାଣନ୍ତୁ, ସ୍କୁଲ ଖୋଲିବା ନେଇ କଣ ରହିଛି SOP ?
ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ । ୨୭ ହଜାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସକାଳ ୯ଟାରୁ ଦିନ ୧୨ଟା ଯାଏଁ ପାଠପଢା ଚାଲିବ ।
ଭୁବନେଶ୍ବର: ନୂଆ ବର୍ଷରୁ ସ୍କୁଲ ଯିବେ ଛୁଆ । ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ । ୨୭ ହଜାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସକାଳ ୯ଟାରୁ ଦିନ ୧୨ଟା ଯାଏଁ ପାଠପଢା ଚାଲିବ । ସମ୍ମେଟିଭ-୧ ପରୀକ୍ଷା ଥିବା ସ୍କୁଲ ୧୦ ତାରିଖରୁ ଖୋଲିବ । ସରକାରଙ୍କ ମାର୍ଗଦର୍ଶିକା ମାନି ସ୍କୁଲରେ ପାଠପଢା ହେବ ।

କରୋନାର ସମସ୍ତ ଗାଇଡ ଲାଇନକୁ ମାନି କ୍ଲାସ ରୁମରେ ପଢ଼ିବେ ପ୍ରଥରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଥିବା ଗାଇଡ ଲାଇନ ଅନୁସାରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ । ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ SOP ବିଭାଗ ଦ୍ଵାରା ସୂଚିତ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ପରେ ମଧ୍ୟ ଅନଲାଇନରେ କ୍ଲାସ୍ ଜାରି ରହିବ । ଯେଉଁ ପିଲାମାନେ ସ୍କୁଲ ଆସିବାକୁ ଚାହିଁବେନି, ସେମାନେ ଅନଲାଇନ୍ ସାହାର୍ଯ୍ୟରେ ମଧ୍ୟ ପାଠପଢା ଜାରି ରଖିପାରିବେ । ତେବେ କଣ୍ଟେନମେଣ୍ଟ ଜୋନ୍ ଅଂଚଳରେ ଥିବା ସ୍କୁଲ ଗୁଡିକ ଖୋଲିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ରହିଛି । ତା ସହିତ ସ୍କଲୁକୁ ପ୍ରତିଦିନ ସଫା ରଖିବା, ସ୍କୁଲ ଆସବାବ ପତ୍ର ସଫା ଏବଂ ପାଣିଟାଙ୍କିକୁ ମଧ୍ୟ ସଫା ରଖିବାକୁ ଏସଓପିରେ ଉଲ୍ଲେଖ କରାଯାଇଛି । ତତ୍ ସହିତ ସ୍କୁଲରେ ହ୍ୟାଣ୍ଡୱାଶ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି ।












Click it and Unblock the Notifications