ଆସନ୍ତା ମାର୍ଚ୍ଚ ୧୦ରେ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରିଲିମ୍‌‌ ପରୀକ୍ଷା

ପ୍ରଲିମ୍‌‌ ପରୀକ୍ଷା କେବଳ ଟିଜିଟି କଳା ଓ ବିଜ୍ଞାନ ଆଶାୟୀ ଦେବାକୁ ଥିବାବେଳେ ସଂସ୍କୃତ, ହିନ୍ଦୀ, ଊର୍ଦ୍ଧୁ, ତେଲୁଗୁ ଏବଂ ପିଇଟି ଆଶାୟୀ ମେନ୍‌‌ ପରୀକ୍ଷା ଦେବେ।

ଭୁବନେଶ୍ୱର: ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ମାସରେ ପ୍ରିଲିମ୍‌‌ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି । ସେହିପରି ପ୍ରଲିମ୍‌‌ ପରୀକ୍ଷା କେବଳ ଟିଜିଟି କଳା ଓ ବିଜ୍ଞାନ ଆଶାୟୀ ଦେବାକୁ ଥିବାବେଳେ ସଂସ୍କୃତ, ହିନ୍ଦୀ, ଊର୍ଦ୍ଧୁ, ତେଲୁଗୁ ଏବଂ ପିଇଟି ଆଶାୟୀ ମେନ୍‌‌ ପରୀକ୍ଷା ଦେବେ ।

Exam

ପ୍ରିଲିମ୍‌‌ ପରୀକ୍ଷା ଶହେ ମାର୍କର ଅନୁଷ୍ଠିତ ହେବ। ଏଥିରେ ୩୦ ମାର୍କର ସାଧାରଣ ଜ୍ଞାନ, ୨୦ ମାର୍କର ବୀଜଗଣିତ, ୨୦ ମାର୍କର କମ୍ପ୍ୟୁଟର ଏବଂ ୧୦ ମାର୍କର କରେଣ୍ଟ ଆଫେୟାର୍ସ ସମ୍ପର୍କିତ ପ୍ରଶ୍ନପତ୍ର ଆସିବ ବୋଲି ଜଣା ପଡିଛି । ଚୁଡ଼ାନ୍ତ ଆବେଦନ କାରୀଙ୍କ ତାଲିକା ପ୍ରକାଶ ପାଇଛି । ୫ ହଜାର ୪୮୪ ଜଣ ଆଶାୟୀଙ୍କ ଆବେଦନ ନାକଚ୍‌‌ କରାଯାଇଛି । ଅସମ୍ପୂର୍ଣ୍ଣ ତଥ୍ୟ ଓ ଆବେଦନ ପ୍ରକ୍ରିୟାରେ ଅନ୍ୟାନ୍ୟ ତ୍ରୁଟି ଥିବା ଆୟୋଗ ଦର୍ଶାଇଛି ।

ତେବେ ୭,୫୪୦ ପଦ ଲାଗି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବକୁ ଥିବାବେଳେ ସେଥି ମଧ୍ୟରୁ ଟିଜିଟି କଳା ବର୍ଗରେ ୧୯୭୦ ପଦ, ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍‌‌(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି। ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦରେ ଆଶାୟୀ ନିଯୁକ୍ତି ପାଇବେ।

ଟିଜିଟି କଳା, ଟିଜିଟି ପିସିଏମ(ବିଜ୍ଞାନ) ଓ ଟିଜିଟି ସିବିଜେଡ୍‌‌ ଆଶାୟୀଙ୍କ ପ୍ରିଲିମ୍‌‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଅବଶିଷ୍ଟ ପଦଗୁଡ଼ିକ ପାଇଁ ପ୍ରିଲିମ୍‌‌ ପରୀକ୍ଷା ହେବ ନାହିଁ। ଅବଶିଷ୍ଟ ଆଶାୟୀ କେବଳ ମେନ୍‌‌ ପରୀକ୍ଷା ଦେବେ। ମେନ୍‌‌ ପରୀକ୍ଷାରେ ଆଶାୟୀଙ୍କ ବିଷୟଭିତ୍ତିକ ପ୍ରଶ୍ନ ଆସିବାକୁ ଥିବାବେଳେ ଏହି ପରୀକ୍ଷା ୧୫୦ ମାର୍କ ସମ୍ବଳିତ ହେବ ବୋଲି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+