ଏଣିକି ତ୍ରୈମାସିକ ପରୀକ୍ଷା ଦେବେ +୨ ଛାତ୍ରଛାତ୍ରୀ
ଏଣିକି ତ୍ରୈମାସିକ ପରୀକ୍ଷା ଦେବେ +୨ ଛାତ୍ରଛାତ୍ରୀ । ପ୍ରତି ତିନି ମାସରେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ପରୀକ୍ଷାର ସମ୍ମୁଖୀନ ହେବେ। ଅର୍ଥାତ୍ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ।
ଭୁବନେଶ୍ବର: ଏଣିକି ତ୍ରୈମାସିକ ପରୀକ୍ଷା ଦେବେ +୨ ଛାତ୍ରଛାତ୍ରୀ । ପ୍ରତି ତିନି ମାସରେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ପରୀକ୍ଷାର ସମ୍ମୁଖୀନ ହେବେ। ଅର୍ଥାତ୍ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ । ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷାଗୁଡ଼ିକରେ ଅଂଶଗ୍ରହଣ ନ କରନ୍ତି ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ ।

କରୋନା ପାଇଁ ଗତ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଏଭଳି ଢାଞ୍ଚାକୁ ୨୦୨୨-୨୩ ଶିକ୍ଷାବର୍ଷରେ ମଧ୍ୟ ଲାଗୁ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା କରାଯାଇଛି। ଏନେଇ ପ୍ରାରମ୍ଭିକ ଆଲୋଚନା ମଧ୍ୟ ଶେଷ ହୋଇଛି । ବିଭାଗୀୟ ଅଧିକାରୀ ଓ ପରୀକ୍ଷା ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏଭଳି ବ୍ୟବସ୍ଥା ସପକ୍ଷରେ ଅଛନ୍ତି । ମାତ୍ର ଉକ୍ତ ତ୍ରୈମାସିକ ପରୀକ୍ଷାଗୁଡ଼ିକର ମାର୍କକୁ ମୁଖ୍ୟ ପରୀକ୍ଷା ସହ ମିଶାଯିବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏନେଇ ଖୁବ୍ଶୀଘ୍ର ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି ।
ପରୀକ୍ଷାର୍ଥୀମାନଙ୍କର ରେଜଲ୍ଟରେ ତଥ୍ୟ ଆଧାରିତ କୌଣସି ପ୍ରକାର ତ୍ରୁଟି ଥିଲେ ସେମାନେ ଉପଯୁକ୍ତ ପ୍ରମାଣ ସହ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଆସନ୍ତା ୧୬ ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିପାରିବେ । ଅଧ୍ୟକ୍ଷ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଯଦି ସତ୍ୟତା ଥିବ ତେବେ ମାର୍କସିଟ୍ ଓ ଅନ୍ୟାନ୍ୟ ପ୍ରମାଣଗତ ଦସ୍ତାବିତ୍କୁ ଆଟେଷ୍ଟେଡ୍ କରି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ସ୍ବତନ୍ତ୍ର ଇ-ମେଲ୍ରେ ୧୯ ତାରିଖ ସୁଦ୍ଧା ପଠାଇବେ । ଏସଂକ୍ରାନ୍ତରେ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ।












Click it and Unblock the Notifications