ଆଜିଠୁ ୟୁ-ଟ୍ୟୁବରେ ପଢ଼ିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ
ଆଜିଠୁ ଅନଲାଇନ୍ ମୋଡରେ ପାଠପଢିବେ ଯୁକ୍ତ ଦୁଇ ପିଲା। ୟୁ-ଟ୍ୟୁବରେ ଶିକ୍ଷାଗ୍ରହଣ କରିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା। ଏନେଇ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ।
ଭୁବନେଶ୍ୱର: ଆଜିଠୁ ଅନଲାଇନ୍ ମୋଡରେ ପାଠପଢିବେ ଯୁକ୍ତ ଦୁଇ ପିଲା। ୟୁ-ଟ୍ୟୁବରେ ଶିକ୍ଷାଗ୍ରହଣ କରିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା। ଏନେଇ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ।

ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବ ଜରିଆରେ ପାଠ ପଢ଼ାଯାଇଥିଲା । ଏଥିରେ ସଫଳତା ପରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ ।
କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ । ଏବେ କଟକଣାରେ କ୍ଲାସ ଆରମ୍ଭ ହୋଇଛି । ଅଭିଭାବକଙ୍କ ଅନୁମତି ନେଇ ପିଲା ସ୍କୁଲ ଓ କଲେଜ ଆସୁଛନ୍ତି । ଯେଉଁମାନେ କରୋନା ପାଇଁ କ୍ଲାସ ଆସୁ ନାହାନ୍ତି ସେମାନେ ଘରେ ୟୁ-ଟ୍ୟୁବରେ ପାଠ ପଢ଼ିପାରିବେ । କରୋନା କାଳରେ ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ସହାୟକ ହେବ ।












Click it and Unblock the Notifications