ବଢିବ ଯୁକ୍ତ ଦୁଇ ସିଟ୍, ଅନୁମତି ଦେଲେ ରାଜ୍ୟ ସରକାର
ବଢିବ ଯୁକ୍ତ ଦୁଇ ସିଟ୍ । ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ପାଇଁ ମିଳିଛି ଅନୁମତି । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର: ବଢିବ ଯୁକ୍ତ ଦୁଇ ସିଟ୍ । ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ପାଇଁ ମିଳିଛି ଅନୁମତି । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ସରେ ଅନଲାଇନ୍ ମାଧ୍ୟମରେ ଆବୋଦନ କରିବାକୁ ନିର୍ଦ୍ଦେଶ ରହିଛି ।

ସରକାରଙ୍କ ନିୟମ ମୁତାବକ ଯେଉଁ କଲେଜ୍ ଚାହିଁବେ ଆବେଦନ କରିପାରିବେ । ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ ଏବଂ ଏଥିପାଇଁ ସାମ୍ସରେ ଅନ୍ଲାଇନ୍ ଜରିଆରେ ଆବେଦନ କରିହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ସରକାର । ଚଳିତବର୍ଷ ଦଶମ ବୋର୍ଡରେ ୬ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେପଟେ ରାଜ୍ୟର ଯୁକ୍ତ ଦୁଇ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି।

ତେଣୁ ଏଭଳି ସ୍ଥିତିରେ ଆଡମିଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବଳକା ଛାତ୍ରଛାତ୍ରୀ କିପରି ପାଠ ପଢିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କିନ୍ତୁ ଏହି ପ୍ରସଙ୍ଗରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ବିବୃତ୍ତି ରଖିଥିଲେ ଏବଂ ପ୍ରବେଶିକା ପରୀକ୍ଷାର ଯୋଗ୍ୟତା ଭିତ୍ତିରେ ଛାତ୍ରଛାତ୍ରୀ ଆଡମିଶନ କରିବା ନେଇ ସ୍ପଷ୍ଟ କରିଥିଲେ।












Click it and Unblock the Notifications