ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ।
ଦିନ ୧୦ଟାରୁ ଗୋଟାଏ ଯାଏ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଆଜି ପରୀକ୍ଷାର୍ଥୀମାନେ ଥିଓରି ପେପରରେ ପରୀକ୍ ଦେଉଛନ୍ତି । ଆସନ୍ତାକାଲି ସମସ୍ତ ବିଷୟର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ଆଦି ପରୀକ୍ଷା କରାଯିବ । ଯେଉଁମାନେ ଥିଓରିରେ ପାସ୍ କରି ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟରେ ଫେଲ ହୋଇଥିବେ ତାଙ୍କୁ ଉଭୟ ଥିଓରି ଓ ପ୍ରାକ୍ଟିକାଲ ଦେବାକୁ ପଡ଼ିବ । ତେବେ ଥିଓରିରେ ଫେଲ ହୋଇ ପ୍ରାକ୍ଟିକାଲରେ ପାସ୍ କରିଥିଲେ କେବଳ ଥିଓରୀ ଦେବାକୁ ପଡ଼ିବ ।

ଏଥିପାଇଁ ରାଜ୍ୟରେ ୩୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏ କେନ୍ଦ୍ର ହୋଇଥିବା ବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏ କେନ୍ଦ୍ର କରାଯାଇଛି । ପରୀକ୍ଷାର ସୁପରିଚାଳନା ଲାଗି ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ପରୀକ୍ଷା କେନ୍ଦ୍ରଗୁଡିକରେ ଗାଇଡଲାଇନ ଦିଆଯାଇଛି । ୨୦୨୦ ପର୍ଯ୍ୟନ୍ତ ପଞ୍ଜିକୃତ ହୋଇଛିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯିବ।
ଯେଉଁମାନେ ୨୦୨୧ରେ ରେଜିଷ୍ଚର କରିଛନ୍ତି ସେମାନଙ୍କୁ ରେଗୁଲାର୍ ପ୍ରଶ୍ନପତ୍ର ଦିଆଯିବ । ପରୀକ୍ଷା ଦାୟିତ୍ବରେ ନ ଥିବା କୌଣସି ବ୍ୟକ୍ତିଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।












Click it and Unblock the Notifications