ଘୁଞ୍ଚିଲା ଯୁକ୍ତ ୨ ପରୀକ୍ଷା ତାରିଖ
ମେ’ ୩୧ ତାରିଖରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ତାରିଖ ଆଜି ଘୁଞ୍ଚାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)।
ଭୁବନେଶ୍ୱର: ମେ' ୩୧ ତାରିଖରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ତାରିଖ ଆଜି ଘୁଞ୍ଚାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)। ସେହିଦିନ ହେବାକୁ ଥିବା ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ ହେବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ରେ କୁହାଯାଇଛି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ପରିବର୍ତ୍ତନ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ତାରିଖ ।

ମେ' ୩୧ରେ କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ ପରୀକ୍ଷା ହେବାକୁ ଥିଲା। ସେହିପରି ବିଜ୍ଞାନ ବିଭାଗର ଗଣିତ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି ପରୀକ୍ଷା ହେବାର ଥିଲା। ତେବେ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଏହି ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ ହେବ। ଏହା ସହିତ ସିଏଚ୍ଏସ୍ଇ କହିଛି ଯେ ମେ' ୨୧ରୁ ମେ' ୨୮ ତାରିଖରେ ମଧ୍ୟ ଯେଉଁ ସବୁ ପରୀକ୍ଷା ହେବାର ଅଛି, ସେଗୁଡ଼ିକ ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ।
ଯେହେତୁ ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ରହିଛି । ତେଣୁ ସେହି ଦିନରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଯାଇଛି । ବ୍ରଜରାଜନଗର ଉପନିର୍ବାଚନରେ ୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୩୩ ନୂଆ ଭୋଟରଙ୍କୁ ମିଶାଇ ଏଥର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟ୍ ଦେବେ।












Click it and Unblock the Notifications