ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ: ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା
ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ଏକାଦଶ ପାଠପଢା ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ସ୍କୁଲରେ ଏକାଦଶ ଖୋଲିବ । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ଏକାଦଶ ପାଠପଢା ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ସ୍କୁଲରେ ଏକାଦଶ ଖୋଲିବ । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଏକାଦଶ ଶ୍ରେଣୀ ପାଇଁ ଆରମ୍ଭ ହୋଇଛି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ । ପୂର୍ବରୁ ଘରଠାରୁ ଦୂରକୁ ଯାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବାକୁ ପଡୁଥିଲା । ଯେଉଁଥି ପାଇଁ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ହେଉଥିଲା । ଡ୍ରପ୍ଆଉଟ୍ ବଢ଼ିବା ସାଙ୍ଗକୁ ପାଠ ଛାଡୁଥିଲେ ଗରିବ ପିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ବର୍ତ୍ତମାନ ଉଚ୍ଚଶିକ୍ଷା ଅଧୀନରେ ଥିବା ଅଧ୍ୟାପକମାନେ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢାଉଛନ୍ତି । ଯେଉଁଥିପାଇଁ ନିଜସ୍ବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଲାଗି ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଯାଏ ୫୩ ଜଣଙ୍କୁ ନିଯୁକ୍ତି ମିଳି ସାରିଛି । ଆବଶ୍ୟକ ପଡ଼ିଲେ, ଅତିଥି ଅଧ୍ୟାପକଙ୍କ ଦ୍ବାରା ଶିକ୍ଷାଦାନ କରାଯିବ । ସ୍କୁଲର ରୂପାନ୍ତରଣ ହେବା ପରେ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ।












Click it and Unblock the Notifications