Get Updates
Get notified of breaking news, exclusive insights, and must-see stories!

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି।

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି । ଚଳିତବର୍ଷ ଯୁକ୍ତ ଦୁଇ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସହାର ସର୍ବାଧିକ ଥିବାବେଳେ, ନବରଙ୍ଗପୁରରେ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କ ପାସହାର ସବୁଠୁ ନିରାଶଜନକ ରହିଛି ।

Plus Two Arts and Vocational Exam Result

ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର ପାସ୍ ହାର ୮୨.୧୦ ପ୍ରତିଶତ। ୧,୭୧,୨୮୮ ଜଣ ପିଲା ପାସ୍ କରିଛନ୍ତି। ୨୮ ଉଚ୍ଚ ମାଧ୍ୟମିକ ସ୍କୁଲ ଶତ ପ୍ରତିଶତ ପାସ୍ କରିଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ। ୯୦%ରୁ ଅଧିକ ରଖିଛନ୍ତି ୧୭୭ ଛାତ୍ରଛାତ୍ରୀ। କୌଣସି ଉଚ୍ଚ ମାଧ୍ୟମିକ ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇନି।

ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୬୨ ହଜାର ୭୩୪ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୪୧ ହଜାର ୧୯୩ ଜଣ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୬୭ ହଜାର ୩୪୧ ପିଲା ପାସ୍ କରିଛନ୍ତି । ତା ସହିତ ୧୭୭ ଜଣ ପିଲା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେହିପରି ରାଜ୍ୟର ୨୮ଟି ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପାସହାର ଶତ ପ୍ରତିଶତ ରହିଥିବାବେଳେ, କୌଣସି ବି ଶିକ୍ଷାନୁଷ୍ଠାନରେ ପାସହାର ୦ ପ୍ରତିଶତ ହୋଇନାହିଁ । ଅନ୍ୟପଟେ ଚଳିତବର୍ଷ ଧନ୍ଦାମୂଳକ ଶିକ୍ଷାରେ ପାସହାର ୭୦.୩୫ ପ୍ରତିଶତ ରହିଛି । ପରୀକ୍ଷାର୍ଥୀମାନେ www.orissaresult.nic.in ୱେବସାଇଟ୍ ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଜୁଲାଇ ୨୭ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ବିଜ୍ଞାନରେ ପାସ୍‌ ହାର ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍‌ ହାର ୮୯ ପ୍ରତିଶତ ରହିଥିଲା। ଚଳିତ ବର୍ଷ ୭୨,୧୦୬ ଜଣ ବିଜ୍ଞାନରେ ପାସ୍‌ କରିଥିବା ବେଳେ ୨୧,୧୬୫ ଜଣ ବାଣିଜ୍ୟରେ ପାସ୍‌ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+